କୃଷକଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା, ପୁରିଲା ପାଞ୍ଚ ବର୍ଷ

More Than 56 Lakh Farmer Benefited By Odisha Govt KALIA Scheme Each Year

ନୂଆ କୃଷି ଆଇନକୁ ନେଇ ଆନ୍ଦୋଳନର ନିଆଁ ବ୍ୟାପିବାରେ ଲାଗିଛି। ରାଜରାସ୍ତାରେ ଶୀତ କାକରୁ ଖାତିର ନକରି କୃଷକ ମାନେ ଚଳାଇଛନ୍ତି ତାଙ୍କର ଆନ୍ଦୋଳନ। ଆଉ ଏହରି ଭିତରେ ଫସଲ ବିମା ଯୋଜନାକୁ ପୁରିଛି ୫ ବର୍ଷ। ଆମ ଦେଶର କୃଷକ ସର୍ବଦା ନିଜକୁ ଅସୁରକ୍ଷିତ ଅନୁଭବ କରିଆସିଛି। କେବେ ପ୍ରାକୃତିକ ବିପର୍ଯ୍ୟୟତ କେବେ ବଜାର ଦର ଖସିବା କାରଣରୁ। ସେଥିପାଇଁ ଦେଶରେ କୃଷକ ମାନଙ୍କ ପାଇଁ ଆରମ୍ଭ ହୋଇଥିଲା ଫସଲ ବିମା ଯୋଜନା। ୧୩ ଜାନୁୟାରୀ ୨୦୧୬ ରେ କେନ୍ଦ୍ର ସରକାର ଏହି ଯୋଜନା କୃଷକ ମାନଙ୍କ ହିତ ପାଇଁ କାର୍ଯ୍ୟକାରୀ କରିଥିଲେ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିତାଧିକାରୀ ଚାଷୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଥିରୁ କୋଟି କୋଟି କୃଷକ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି। ହିତାଧିକାରୀଙ୍କୁ ମୋର ହୃଦୟରୁ ଅଭିନନ୍ଦନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କାହିଁକି କୃଷକଙ୍କୁ ଆକୃଷ୍ଠ କରେ

  • ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ୩୩ % ଏବଂ ଅଧିକ ଫସଲ ନଷ୍ଟ ହେଲେ ରିଲିଫ ଯୋଗାଇ ଦିଆଯାଉଛି, ଯାହା ପୂର୍ବରୁ ୫୦% କ୍ଷତି ହେଲେ ଦିଆଯାଉଥିଲା।
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେବଳ କୃଷକଙ୍କ ଜୀବିକା ରକ୍ଷା କରେ ନାହିଁ ବରଂ ସ୍ଥାୟୀ ଚାଷକୁ ସୁନିଶ୍ଚିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
  • ଟେକ୍ନୋଲୋଜି ବ୍ୟବହାର କରି କୃଷକମାନେ ବର୍ତ୍ତମାନ ସହଜରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ଉଠାଇ ପାରିବେ ।
  • ଡ୍ରୋନ୍ ପରି ଟେକ୍ନୋଲୋଜିର ବ୍ୟବହାର ବର୍ତ୍ତମାନ ଫସଲ କ୍ଷୟକ୍ଷତିର ଶୀଘ୍ର ମୂଲ୍ୟାଙ୍କନ କରିଛି ଏବଂ ବିମା ଦାବିଗୁଡିକର ତୁରନ୍ତ ସମାଧାନ କରିବାରେ ମଧ୍ୟ ସହାୟକ ହୋଇଛି।

ବଢ଼ିକି ହୋଇଛି ଏତିକି ଟଙ୍କା

ଏଥିରେ କୃଷକଙ୍କ ଅଂଶ ବ୍ୟତୀତ ପ୍ରିମିୟମର ମୂଲ୍ୟ ରାଜ୍ୟ ତଥା ଭାରତ ସରକାର ସମାନ ଭାବରେ ପ୍ରଦାନ କରୁଛନ୍ତି। ଭାରତ ସରକାର ଉତ୍ତର ପୂର୍ବ ରାଜ୍ୟଗୁଡିକରେ ୯୦ ପ୍ରତିଶତ ପ୍ରିମିୟମ ସହାୟତା ପ୍ରଦାନ କରୁଛନ୍ତି। ସଙ୍କଟ ସମୟରେ ଆତ୍ମନିର୍ଭରଶୀଳ ହେବା ଏବଂ ଆତ୍ମନିର୍ଭରଶୀଳ କୃଷକ ସୃଷ୍ଟି ପାଇଁ ଏହି ଯୋଜନାର ସୁଯୋଗ ନେବାକୁ ସରକାର କୃଷକମାନଙ୍କୁ ଅନୁରୋଧ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ହାରାହାରି ବୀମା ରାଶି ୪୦ ହଜାର ୭ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାକି ପୂର୍ବ ଯୋଜନା ସମୟରେ ହେକ୍ଟର ପିଛା ୧୫ ହଜାର ୧୦୦ ଟଙ୍କା ଥିଲା।

ପ୍ରତିକୂଳ ପରିସ୍ଥିତିରେ କ୍ଷତି ଅନ୍ତର୍ଭୁକ୍ତ

ଏହି ଯୋଜନାରେ ଧାନ ବୁଣା ଠାରୁ ଆରମ୍ଭ କରି ଅମଳ ମଧ୍ୟରେ କ୍ଷତି ସମେତ ଅମଳ ପରର କ୍ଷତି ଅନ୍ତର୍ଭୁକ୍ତ ରହିଛି। ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅମଳ ପରେ ବ୍ୟକ୍ତିଗତ ଚାଷ ସ୍ତରରେ କ୍ଷତି ଅନ୍ତର୍ଭୁକ୍ତ ରହିଛି।

 ୯୦ ହଜାର କୋଟି ଟଙ୍କା ପାଇଛନ୍ତି ଚାଷୀ

କୃଷି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଯୋଜନାରେ ବର୍ଷକୁ ୫.୫ କୋଟି ଚାଷୀ  ଆବେଦନ କରୁଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦ ହଜାର କୋଟି ଟଙ୍କା ବୀମା ବାବଦରେ ଚାଷୀଙ୍କୁ ଦିଆଯାଇଛି ।  ଅନ୍ୟପଟେ କୋଭିଡ ଲକଡାଉନ୍ ସମୟରେ ଏହି ଯୋଜନା କୃଷକଙ୍କ ଅଧିକ ସାହାଯ୍ୟ କରିଛି। ପ୍ରାୟ ୭୦ ଲକ୍ଷ କୃଷକ ଯୋଜନା ଦ୍ୱାରା ଉପକୃତ ହୋଇଥିଲେ । ଏହି ସମୟରେ ୮ହଜାର ୭୪୧ କୋଟି.୩୦ ଲକ୍ଷ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

Leave a Reply