୪ର୍ଥ ଦିନରେ ଚାଷୀ ଆନ୍ଦୋଳନ, ଶାହ କହିଲେ ଫୋରମ୍‌ରେ ଆସ ଆଲୋଚନା ହେବ..

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଆଜକୁ ୪ ଦିନ ଧରି ଖରା, କାକରରେ ନିଜର ହକ୍ ପାଇଁ ଅଡି ବସିଛି ଚାଷୀକୁଳ । ନୂଆକୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଦାବି କରି ଦିଲ୍ଲୀରେ ହକ୍ ପାଇଁ ଏକଜୁଟ୍‌ ହୋଇଛନ୍ତି ହଜାର ହଜାର ଚାଷୀ । କେନ୍ଦ୍ର ସରକାରଙ୍କ କୃଷି ଆଇନ ଚାଷୀ ମାରଣ ବୋଲି ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଦୀର୍ଘ ତିନି ମାସ ହେଲା ଚାଷୀ ଚଳାଇଛନ୍ତି ଆନ୍ଦୋଳନ ।

ଏବେ ଏହି ଆନ୍ଦୋଳନ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଛି । ଦିଲ୍ଲୀ ଦରବାର ଦୋହଲାଇବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଯେପର୍ଯ୍ୟନ୍ତ ସରକାର ନୂଆ ଆଇନ୍ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ସେପଟେ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି ସରକାର ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହ ଆଲୋଚନା କରିବା ପାଇଁ ଚାଷୀଙ୍କୁ ଅପିଲ କରିଛନ୍ତି । ରାତିରେ ଶୀତ କାକରରେ ନପଡ଼ି ଉପଯୁକ୍ତ ଫୋରମ୍‌ରେ ଆଲୋଚନା କରିବା ପାଇଁ ଚାଷୀଙ୍କୁ କହିଛନ୍ତି ଅମିତ ଶାହା । ଆଜି ଶାହଙ୍କ ଅପିଲ ଉପରେ କିଛି ନିଷ୍ପତ୍ତି ନେଇପାରନ୍ତି ଚାଷୀ । ଆନ୍ଦୋଳନ ଛାଡି ସରକାରଙ୍କ ସହ ଆଲୋଚନା କରିବା ପାଇଁ ଚାଷୀଙ୍କୁ ଅପିଲ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।

Leave a Reply