ତେଜୁଛି କୃଷି ଆଇନ ବିରୋଧୀ ନିଆଁ… ହକ୍ ପାଇଁ ସିନ୍ଧୁ ସୀମାରେ ଆନ୍ଦୋଳନରେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ: ତେଜୁଛି କୃଷି ଆଇନ୍‌ ବିରୋଧୀ ନିଆଁ । ପ୍ରବଳ ଶୀତ କାକରରେ ଦିଲ୍ଲୀ ହରିୟାଣା ସିନ୍ଧୁ ବର୍ଡରରେ ହକ୍‌ ପାଇଁ ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ୟାର ସମାଧାନ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଏବେ ରାଜ୍ୟସ୍ତରରେ ଜୋରଦାର ହେବ ବୋଲି ଚାଷୀମାନେ କହିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦ୍ୱାରା ପୂର୍ବପରି ଏମ୍‌ଏସ୍‌ପି ମିଳିବନି, ବଡ଼ବଡ଼ ବ୍ୟବସାୟୀଙ୍କ ହାତରେ ରହିବେ ଚାଷୀ । ଏଣୁ ଆଇନ ଫେରାଇ ନେବାକୁ ଦାବି କରି ହକ୍ ପାଇଁ ଏକଜୁଟ ହୋଇଛନ୍ତି ହଜାର ହଜାର ଚାଷୀ ।

 

ଦିଲ୍ଲୀର ସମସ୍ତ ପ୍ରବେଶ ପଥ ସିଲ୍‌ କରିବାକୁ ଦେଇଛନ୍ତି ଚେତାବନୀ । ସେପଟେ ଚାଷୀ ଆନ୍ଦୋଳନକୁ ଆଖିରେ ରଖି କେନ୍ଦ୍ରସରକାର ମନ୍ଥନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ରାଜନାଥ ସିଂହ, ନରେନ୍ଦ୍ର ସିଂ ତୋମର, ଅମିତ ଶାହା ପ୍ରମୁଖ ଆଲୋଚନା କରିଛନ୍ତି । ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

Leave a Reply