ଜିଦରେ ଅଟଳ ଚାଷୀ, ମାଗିଲେ ଲିଖିତ ପ୍ରତିଶ୍ରୁତି

1 min read

ନୂଆଦିଲ୍ଲୀ: ୧୦ ଦିନର ଆନ୍ଦୋଳନ ଏବଂ ୪ ଥରର ବୈଠକ ପରେ ବି ଥମିବାର ନାଁ ଧରୁନି ଦିଲ୍ଲୀରେ ଲାଗିଥିବା ଚାଷୀ ନିଆଁ । ଏବେ ମଧ୍ୟ ରାଜଧୀନର ରାସ୍ତାରେ ଜାରି ରହିଛି ସମାନ ତାତି । ସରକାର ସେପଟେ ସମସ୍ତ ଉଦ୍ୟମ ଚଳାଇଥିବାବେଳେ ଚାଷୀ କିନ୍ତୁ ‘ନଛୋଡ ବନ୍ଧା’ ନୀତିରେ । ବସିଥିବା ବୈଠକରେ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଚାଷୀ ଚାହୁଁଛନ୍ତି ଲିଖିତ ପ୍ରତିଶ୍ରୁତି  ।  ମୋଦି-ଶାହାଙ୍କ ମାନସମନ୍ଥନ ପରେ ଆଜି କେନ୍ଦ୍ରସରକାରର ଦୁଇ ବରିଷ୍ଠ ମନ୍ତ୍ରୀ ଚାଷୀଙ୍କ ସହ ବୈଠକରେ ଉପସ୍ଥିତ ରହିଛନ୍ତି ।

ତେବେ ପୂର୍ବ ବୈଠକରେ ଚାଷୀଙ୍କ କିଛି ଦାବିକୁ ସରକାର ଶୁଣିଥିଲେ ମଧ୍ୟ ଅନ୍ୟ କେତୋଟି ଦାବିରେ ଦେଖାଦେଇଥିଲା ମତ ପାର୍ଥ୍ୟକ । ଫଳରେ ଏକପ୍ରକାର ବିଫଳ ହୋଇଥିଲା ବୈଠକ । ସବୁସ୍ୱତେ ମଧ୍ୟ ଆଜିର ବୈଠକ ରହିଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦୀର୍ଘଦିନ ଦାବିର ନିଷ୍କର୍ସ ଏବଂ ଚାଷୀ ଜାରି ରଖିଥିବା ଆନ୍ଦୋଳନକୁ ପ୍ରତ୍ୟାହୃତ କରୁଛନ୍ତି କି ନାହିଁ, ତାହା ଆଜିର ମୁଖ୍ୟ ପ୍ରସଙ୍ଗ ।

ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ରେଳମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ରହିଛନ୍ତି । ସେହିପରି ଚାଷୀଙ୍କ ପକ୍ଷରୁ ଏକ ୪୦ ଜଣିଆ ପ୍ରତିନିଧି ମଣ୍ଡଳୀ ବୈଠକରେ ଯୋଗ ଦେଇଛନ୍ତି । ବୈଠକ ପୂର୍ବରୁ କୃଷି ମନ୍ତ୍ରୀ ତୋମାର କହିଛନ୍ତି, ଆଜିର ଆଲୋଚନା ମବତ୍ୱପୂର୍ଣ୍ଣ ରହିବ । ସକରାତ୍ମକ ଭାବେ ଚାଷୀଙ୍କ ସହ ଆଲୋଚନା ହେବ ଏବଂ ଫଳପ୍ରଦ ହେବ ବୋଲି ଆଶାପ୍ରକଟ କରିଛନ୍ତି ନରେନ୍ଦ୍ର ସିଂ ତୋମାର ।

ଗୋଟେପଟେ ୧୦ ଦିନ ଧରି ନିଜ ଦାବିରେ ଅଟଳ ବସିଥିବା ଚାଷୀ ଦେଇଛନ୍ତି ରଣହୁଙ୍କାର । ସରକାର ଯଦି ଆଜି ଚାଷୀଙ୍କ ଦାବିଙ୍କୁ ସମର୍ଥନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଦେଇଛନ୍ତି ଧମକ । ଆସନ୍ତା ମଙ୍ଗଳବାର ଅର୍ଥାତ ଡିସେମ୍ବର ୮ରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯିବ ବୋଲି ଆହ୍ୱାନ ଦେଇଛି ଚାଷୀ ସଂଗଠନ ।

Leave a Reply