ଧୋଇ ଯାଇଛି ସୁନାର ଫସଲ: କରଜ କରି ଚାଷ କରିଥିବା ଚାଷୀ ଚିନ୍ତାରେ

ମୟୂରଭଞ୍ଜ: ଲଘୁଚାପ ବର୍ଷା ଭାଙ୍ଗି ଦେଉଛି ଚାଷୀର ମେରୁଦଣ୍ଡ ହାଡ଼ । ଲଗାଣ ବର୍ଷା ଯୋଗୁଁ ଉଜୁଡିଛି ସୁନାର ଫସଲ । ଗତ କିଛିଦିନ ହେଲା ଲଗାଣ ବର୍ଷା ଯୋଗୁଁ ସୁନାର ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପୁଣି ଲଘୁଚାପ ବର୍ଷା ମୟୂରଭଞ୍ଜ ଜିଲ୍ଲା ଚାଷୀଙ୍କ ନିଦ ହଜାଇଦେଇଛି । ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଦେଖିବା ମୟୂରଭଞ୍ଜରୁ ଏହି ରିପୋର୍ଟ । ଦାଉ ସାଜୁଛି ଲଘୁଚାପ ବର୍ଷା । ଲଗାଣ ବର୍ଷାରେ ବେହାଲ ଚାଷୀକୂଳ ।

ଧୋଇ ଯାଇଛି ସୁନାର ଫସଲ । କରଜ କରି ଚାଷ କରିଥିବା ଚାଷୀ ଚିନ୍ତାରେ । ପ୍ରକୃତିର ପ୍ରକୋପ ମୟୁରଭଞ୍ଜ ଚାଷୀଙ୍କ ନିଦ ହଜାଇ ଦେଇଛି । ଧାନ ଅମଳ ସମୟରେ ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଧୋଇଯାଇଛି ସୁନାର ଫସଲ । ଆଉ ଏହି ବିପତ୍ତିରୁ ମୁକୁଳିଲା ବେଳକୁ ମୁଣ୍ଡ ଉପରେ ପୁଣି ଏକ ଲଘୁଚାପ ଚାଷୀର ଚିନ୍ତା ବଢାଇ ଦେଇଛି । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ପରିବାର ପ୍ରତିପୋଷଣ ଚିନ୍ତାରେ ରହିଛି ।

ଚାଷୀ ଠିକ୍ ସମୟରେ ଚାଷ କରିଥିଲେ ସୁଦ୍ଧା ସବୁକିଛି ଉଜାଡ଼ି ଦେଇଛି ଲଘୁଚାପ ବର୍ଷା । କ୍ଷୟକ୍ଷତି ଆକଳନ ହୋଥିଲେ ବି କ୍ଷତିପୂରଣ ଏଯାଏଁ ମିଳିନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅପରପକ୍ଷେ ଜିଲ୍ଲାର ୪ଟି ବ୍ଲକରୁ ୧୧୦୪ ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ତଙ୍କୁ ସଠିକ୍‌ ମୂଲ୍ୟ ଦିଆଯିବ ବୋଲି ଘୋଷଣା କରିଛି ଜିଲ୍ଲା କୃଷି ବିଭାଗ । ତେବେ ଲଘୁଚାପ ଜନିତ ବର୍ଷା ଚାଷୀର ଫସଲ ନଷ୍ଟ କରିଥିବା ବେଳେ, କେବେ ସରକାରଙ୍କ ତରଫରୁ ଚାଷୀଙ୍କୁ ସହାୟତା ମିଳିବ ତାହା ଦେଖିବାକୁ ବାକି ରହିଲା ।

Leave a Reply