ଆଲୋଚନା ପାଇଁ ସରକାରଙ୍କୁ ତାରିଖ ଦେଲେ କୃଷକ, କହିଲେ- ଅପପ୍ରଚାର କରାନଯାଉ…

1 min read
Farmer Writes Center To Hold An Other Meeting On 29th December

ନୂଆଦିଲ୍ଲୀ: ୩୧ ଦିନରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଗୋଟିଏ ପଟେ ଦିଲ୍ଲୀ ସୀମାକୁ ରାଜସ୍ଥାନ ଓ ହରିୟାଣା ଚାଷୀ ଜାମ୍ କରି ଦେଇଛନ୍ତି । ଅନ୍ୟପଟେ ସିଂଘୁ ବର୍ଡରରେ ୪୦ଟି କୃଷକ ସଂଗଠନର ବୈଠକ ପରେ ସରକାରଙ୍କୁ ଆଲୋଚନା ପାଇଁ ତାରିଖ ଦିଆଯାଇଛି । ମିଳିତ କୃଷକ ସଂଗଠନ ପକ୍ଷରୁ କୃଷକଙ୍କ ପ୍ରତିନିଧି ଓ ଭାରତ ସରକାରଙ୍କ ମଧ୍ୟରେ ଆସନ୍ତା ଡିସେମ୍ବର ୨୯ ତାରିଖ ଦିନ ୧୧ଟାରେ ବୈଠକ ପାଇଁ ପ୍ରସ୍ତାବ ଦିଆଯାଇଛି ।

Farmer Writes Center To Hold An Other Meeting On 29th December

ଏଥିସହ କୃଷି ମନ୍ତ୍ରାଳୟ ସଚିବଙ୍କ ଚିଠିର ଜବାବ ଦେଇ ସଂଗଠନ କହିଛି- ଅବଶୋଷ ଲାଗୁଛି ସରକାର ଚିଠିରେ ଗତ ବୈଠକର ତଥ୍ୟକୁ ଜନତାଙ୍କ ଠାରୁ ଲୁଚାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତି ବୈଠକରେ କୃଷକ ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର ଲାଗି ଦାବି କରି ଆସୁଛନ୍ତି । କିନ୍ତୁ ସରକାର ଏହାକୁ ଏପଟସେପଟ କରି ଉପସ୍ଥାପନ କରୁଛନ୍ତି । କୃଷକ କେବେ ବି ଆଇନରେ ସଂଶୋଧନ ଦାବି କରିନାହାଁନ୍ତି । କିନ୍ତୁ ଚିଠିରେ ସରକାର ମିଛ ଲେଖି କୃଷକଙ୍କ ବିରୋଧରେ କରୁଥିବା ଅପପ୍ରଚାର ବନ୍ଦ କରିବାକୁ ଚାଷୀ ଦାବି କରିଛନ୍ତି ।

ଚାଷୀ ସେମାନଙ୍କ ଚିଠିରେ ମୁଖ୍ୟତଃ ଦୁଇଗୋଟି ଦାବି ଉପସ୍ଥାପନ କରିଛନ୍ତି । ପ୍ରଥମ- ତିନିଗୋଟି କୃଷି ଆଇନ୍ ଫେରସ୍ତ ଏବଂ ଦ୍ୱିତୀୟଟି ହେଉଛି ସର୍ବନିମ୍ନ ସହାୟକ ମୂଲ୍ୟ (MSP) । ଏହା ଉପରେ କୃଷକ ସଂଗଠନ ସରକାରଙ୍କ ସହ ଆସନ୍ତା ୨୯ ତାରିଖ ଦିନ ୧୧ଟାରେ ଆଲୋଚନା କରିବାକୁ ପତ୍ର ଲେଖିଥିବା ସ୍ୱରାଜ ଇଣ୍ଡିଆର ଯୋଗେନ୍ଦ୍ର ଯାଦବ କହିଛନ୍ତି ।

Leave a Reply