ମକା ବିକିବାକୁ ମଣ୍ଡି ନାହିଁ, ଦଲାଲଙ୍କୁ କମ ଦରରେ ବିକୁଛନ୍ତି ଚାଷୀ

Farmer Selling Corns In Low Price To Broker For No Mandi In Dharmagarh

ଧର୍ମଗଡ଼: ଲଗାଣ ବର୍ଷା ପରେ ରୋଗପୋକ ମକା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଏବେ ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ମଣ୍ଡି ନଥିବାରୁ ଶାଗ ମାଛ ଦରରେ ଅମଳ ଫସଲକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି କଳାହାଣ୍ଡିର ଧର୍ମଗଡ଼ର ମକା ଚାଷୀ । ଶାଗ ମାଛ ଦରରେ ମକା ବିକ୍ରି କରୁଛନ୍ତି ଚାଷୀ । ମାଲେମାଲ ହେଉଛନ୍ତି ଦଲାଲ । ଧାନ ଓ କପା ପରେ ତୃତୀୟ ଅର୍ଥକାରୀ ଫସଲ ହେଉଛି ମକା । ପାହାଡ଼ିଆ ଅଞ୍ଚଳ ହେଉ କି ସମତଳ ଭୂମି, କଳାହାଣ୍ଡି ଜିଲ୍ଲାରେ ବହୁଳ ଭାବେ ମକା ଚାଷ କରିଥାନ୍ତି ଚାଷୀ ।

Farmer Selling Corns In Low Price To Broker For No Mandi In Dharmagarh

ହେଲେ ଚଳିତ ବର୍ଷ ଲଗାଣ ବର୍ଷା ଓ ରୋଗପୋକ ପରେ ଏବେ ଅଭାବୀ ବିକ୍ରି ମକା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଫଳରେ ମଣ୍ଡି ଅଭାବରୁ ଶାଗ ମାଛ ଦରରେ ଫସଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଚଳିତ ଖରିଫ୍ ଋତୁରେ ଧର୍ମଗଡ଼ ବ୍ଲକରେ ୨ ହଜାର ହେକ୍ଟରରେ ମକା ଚାଷ କରିଛନ୍ତି ଚାଷୀ । ଆଉ ଏବେ ଅମଳ ସମୟ ହୋଇଥିବା ବେଳେ ମକାର ଅଭାବୀ ବିକ୍ରି ଦେଖା ଦେଇଛି ।

Farmer Selling Corns In Low Price To Broker For No Mandi In Dharmagarh

ମଣ୍ଡି ଅଭାବରୁ କ୍ୱିଣ୍ଟାଲ ପ୍ରତି ୯ ଶହ ଟଙ୍କାରେ ଦଲାଲଙ୍କୁ ମକା ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ସରକାରଙ୍କ ପକ୍ଷରୁ ଆସୁଥିବା ସମସ୍ତ ସୁବିଧା ସୁଯୋଗକୁ ଚାଷୀଙ୍କ ପାଖରେ ପହଞ୍ଚାଇ ମଣ୍ଡି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଧର୍ମଗଡ଼ କୃଷି ଅଧିକାରୀ । ଲଗାଣ ବର୍ଷା ଓ ରୋଗପୋକ ପରେ ଚଳିତ ବର୍ଷ ଭଲ ଅମଳ ହୋଇଛି ମକା ଫସଲ । ହେଲେ ବିକ୍ରି ପାଇଁ ମଣ୍ଡିର ବ୍ୟବସ୍ଥା ନଥିରୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ।

Leave a Reply