ଚାଷୀଙ୍କ ସହ ମୋଦିଙ୍କ ସମ୍ବାଦ; ‘ଭ୍ରମିତ କରୁଛି କୃଷି ବିରୋଧି କଂଗ୍ରେସ ’

1 min read

ଭୋପାଳ: କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଧା ସମ୍ବାଦ । ଗୋଟେପଟେ କୃଷି ଆଇନ ପ୍ରତ୍ୟାହାର ନେଇ ସିଙ୍ଘୁ ସମାରେ ୨୩ ଦିନ ଧରି ପ୍ରତିବାଦ ଜାରି ରଖିଛନ୍ତି ଚାଷୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ବିଶାଳ କୃଷକ ସମାବେଶରେ ଯୋଗଦେଇ ସିଧାସଳଖ କଥା ହୋଇଛନ୍ତି । କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ଦେଶର କୃଷକଙ୍କୁ ଭ୍ରମିତ କରାଯାଉଛି, ଯେଉଁ ଦଳ ସାତ ଦଶନ୍ଧୀର କ୍ଷମତା ମଧ୍ୟରେ କୃଷକଙ୍କ ପାଇଁ ସମାନ୍ୟ ଆନ୍ତରିକତା ପ୍ରଦର୍ଶନ କରିନାହିଁ ।

ସେହି ଦଳ ବର୍ତ୍ତମାନ କୃଶକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । କୃଷକଙ୍କ ସହ ସିଧା ସଳଖ କଥା ହେବା ଅବସରରେ ମୋଦି କହିଛନ୍ତି, ଯଦି କୌଣସି ବ୍ୟକ୍ତିର ମଧ୍ୟ ସାମାନ୍ୟତମ ସନ୍ଦେହ ଥାଏ, ତେବେ ସରକାର ବିନମ୍ରତାର ସହ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । ଦେଶର କୃଷି ଓ କୃଷକଙ୍କ ଉନ୍ନତି ମୋ ସରକାରର ଉଦେଶ୍ୟ । ୨୫ ଡିସେମ୍ବରରେ ପୁନର୍ବାର ଦେଶର କୃଷକଙ୍କ ସହ ସିଧା ବାର୍ତ୍ତାଳପ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ବିପକ୍ଷ ଦଳ ମିଥ୍ୟା ପ୍ରଚାର କରୁଛନ୍ତି । କେନ୍ଦ୍ର ସରକାର ଏମଏସପି ହଟାଇବାର କଥା ହିଁ ଉଠୁନାହିଁ । ଯଦି ଏମଏସପି ଲାଗୁ କରିବାର ଉଦେଶ୍ୟ ଆମର ନଥାନ୍ତା, ତେବେ ସ୍ବାମିନାଥନ କମିଶନ ରିପୋର୍ଟ କାହିଁକି ଆମେ ଲାଗୁକରୁଛୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ଅପ ପ୍ରଚାରକୁ ନେଇ ଚାଷୀ ଭାଇମାନେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପୂର୍ବରୁ ଯେମିତି ସର୍ବନିମ୍ନ ସହାୟକ ମୂଲ୍ୟ ରହିଥିଲା, ବର୍ତ୍ତମାନ ମଧ୍ୟ ସେହିପରି ଜାରି ରହିବ ବୋଲି ଚାଷୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିରୋଧି କଂଗ୍ରସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଏହି ସଂଶୋଧିତ କୃଷି ଆଇନ ନୂତନ କରି ହଠାତ ଆସିଯାଇନାହିଁ । ଦୀର୍ଘ ୨୫-୩୦ ବର୍ଷ ଧରି ଏହା ଉପରେ ଚର୍ଚ୍ଚା ଚାଲି ଆସୁଛି । ଏପିଏମସି କୁ ନେଇ ମଧ୍ୟ କଂଗ୍ରେସ କୃଷକଙ୍କ କାନରେ ମିଥ୍ୟା ମନ୍ତ୍ରଣା ଫୁଙ୍କୁଛି । ସ୍ୱାମୀନାଥନ କମିସନଙ୍କ ରିପୋର୍ଟକୁ ଲାଗୁ କରିବା ବଦଳରେ ୮ ବର୍ଷ ଧରି ଚାପି ରଖିଥିଲା କଂଗ୍ରେସ । ନିର୍ଦ୍ଧିଷ୍ଟ ଦଳୀୟ ଚାଷୀଙ୍କ ପାଇଁ ଆନ୍ତରିକତା ପ୍ରଦର୍ଶନ କରୁଥିବାବେଳେ ଗରୀବ ଚାଷୀଙ୍କ ପାଇଁ କଂଗ୍ରେସ ନିର୍ଦୟ ପାଲଟିଥିବା ଅଭିଯୋଗ ଆଣିଛନ୍ତି ମୋଦି ।

ସେହିପରି ମୋଦି କହିଛନ୍ତି ମଧ୍ୟପ୍ରଦେଶର ସରକାର ଗଢିବା ପାଇଁ କୃଷି ରଣ ଛାଡ କରିବାର ମିଥ୍ୟା ଭାଷଣର ବର୍ଷା କରିଥିଲା ଦଳ । କିନ୍ତୁ ସରକାର ଗଢିବା ପରେ କେତେ କୋଟିର ଋଣ କଂଗ୍ରେସ ଛାଡ କରିଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ? ୟୁପା ସରକାର ଠାରୁ ଏନଡିଏ ସରକାର ଖାଦ୍ୟ ଶସ୍ୟ ଉପରେ ଢେର ଅଧିକ ଏମଏସପି ବୃଦ୍ଧି କରିଛି । ଗହମର ଏମଏସପି ମୂଲ୍ୟ ୧୪୦୦ ଟଙ୍କା ରହିଥିବା ବର୍ତ୍ତମାନ ତାହା ପହଁଚିଛି ୧୯୭୫ ରେ । ଧାନ ୧୩୧୦ରୁ ବଢି ୧୮୭୦ ହୋଇଛି । ସେହିପରି ଜ ଏବଂ ମସୁର ଡାଲିର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

 

Leave a Reply