କୃଷି ଆଇନ ଉପରେ ଶୁଣାଣି ବେଳେ ଚିଫ୍ ଜଷ୍ଟିସଙ୍କୁ କିଏ ଭଗବାନ କହିଲେ…

1 min read
CJI SA Bobde Recommends Justice NV Ramana as Successor

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଉପରେ ଶୁଣାଣି କରି ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ମଙ୍ଗଳ ବାର ଦିନ ଏହି ନୂଆ କୃଷି ଆଇନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ସବୁଠୁ ଖାସ୍ କଥା ହେଉଛି କୃଷି ଆଇନର ବିରୋଧ କରୁଥିବା ଆଇନଜୀବୀ ଏମ ଏଲ ଶର୍ମା ବହୁତ ଖୁସି ହୋଇଯାଇଥିଲେ । ଏପରିକି ସେ କହିଥିଲେ ଯେ କୃଷକଙ୍କ ସମସ୍ୟା ଆପଣ ଦେଖୁଛନ୍ତି । ଆମ ସମସ୍ୟା ଆପଣ ହିଁ ଶୁଣିବେ । ଆଉ ଆପଣ ସାକ୍ଷାତ ଭଗବାନ ବୋଲି ଚିଫ୍ ଜଷ୍ଟିସଙ୍କୁ କହିବାକୁ ମଧ୍ୟ ପଛାଇନଥିଲେ ।

ଏଥିସହିତ ସମସ୍ୟାର ସମାଧାନ ପାଇଁ କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ଜୀତେନ୍ଦ୍ର ସିଂହ ମାନ୍, ପ୍ରମୋଦ ଯୋଶୀ, ଅନିଲ ଧନଓ୍ବନ୍ତଙ୍କୁ ମିଶାଇ ୪ ଜଣିଆ କମିଟି ଗଠନ କରିଛନ୍ତି ଖଣ୍ଡପୀଠ।

ପ୍ରାରମ୍ଭରୁ କୃଷି ଆଇନକୁ ବିରୋଧ କରି ଆସୁଥିବା ଆଇନଜୀବୀ ଏମ ଏଲ ଶର୍ମା ଆଜିର ନିଷ୍ପତ୍ତି ସମୟରେ ଚିଫ୍ ଜଷ୍ଟିସ ଏସ ଏ ବୋବଡେଙ୍କୁ ସାକ୍ଷାତ ଭଗବାନ ବୋଲି ଅବିହିତ କରିଛନ୍ତି ।

ଆଜିବି ସରକାରଙ୍କ ଉପରେ ବର୍ଷିଛନ୍ତି  ସୁପ୍ରିମକୋର୍ଟ-

ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏବଂ ପ୍ରଧାନ ବିଚାରପତି ମଧ୍ୟ ସରକାର ଏବଂ କୃଷକ ସଂଗଠନ ଉପରେ ବର୍ଷିଛନ୍ତି । ଆଇନର ବୈଧତା ଏବଂ ନାଗରିକଙ୍କ ଜୀବନକୁ ନେଇ ଚିନ୍ତିତ ବୋଲି କୋର୍ଟ କହିଛନ୍ତି। ଏହି କମିଟି ସମସ୍ତଙ୍କ କଥା ଶୁଣିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Leave a Reply