କୃଷକ ଆନ୍ଦୋଳନ, ଭାରତ ବନ୍ଦକୁ କଂଗ୍ରେସ ସହ ୧୮ ଦଳର ସମର୍ଥନ

1 min read

ନୂଆଦିଲ୍ଲୀ: ଦାବିକୁ ନେଇ ଦିଲ୍ଲୀ ସୀମାରେ ଅଡ଼ି ବସିଛନ୍ତି କୃଷକ । ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଲାଗି ଡାକରା ଦେଇଛନ୍ତି । ଆଉ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ଦେଇଥିବା ଏହି ବନ୍ଦ ଡାକରାକୁ ୧୮ଟି ବିପକ୍ଷ ଦଳ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ NCP ମୁଖ୍ୟ ଶରଦ ପାୱାର ଚେତାବନୀ ଦେଇଛନ୍ତି- ଦାବି ଉପରେ ବିଚାର ନକଲେ, ପୂରା ଦେଶବାସୀ କୃଷକଙ୍କ ସହ ଛିଡ଼ା ହେବେ । କୃଷକ ଓ ସରକାରଙ୍କ ମଧ୍ୟରେ ପାଞ୍ଚ ପାଞ୍ଚ ଥର ବୈଠକ ପରେ କୌଣସି ନିର୍ଯ୍ୟାସ ମିଳିପାରି ନାହିଁ । ଆସନ୍ତା ୯ ତାରିଖରେ କୃଷକ ଓ ସରକାରଙ୍କ ମଧ୍ୟରେ ପୁଣି ଥରେ ବୈଠକ ବସିବ । ଇତି ମଧ୍ୟରେ ସରକାର କୃଷି ଆଇନରେ ସଂଶୋଧନ କରିବା ସଂକେତ ଦେଇଛନ୍ତି ।

Farm Laws 18 Opposition Parties In Support Of Bharat Bandh Including Congress

ଡିସେମ୍ବର ୮ରେ ହେବାକୁ ଥିବା ହରତାଳରେ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳ କୃଷକଙ୍କୁ ସମର୍ଥନ ଜଣାଇଛନ୍ତି । କାଶ୍ମୀରର ଗୁପକାର ମେଣ୍ଟ, ବାମ ଦଳ, ଆରଏସପି, ଡିଏମକେ, ଆରଜେଡି, ତୃଣମୂଳ କଂଗ୍ରେସ, ଟିଆରଏସ୍ ଓ ଦିଲ୍ଲୀରେ କ୍ଷମତାସୀନ ଆପ୍ କୃଷକଙ୍କୁ ସମର୍ଥନ କରୁଛି । ଅନ୍ୟପଟେ ମନ୍ତ୍ରୀମାନଙ୍କ ମଧ୍ୟରେ ବୈଠକ ପରେ ବୈଠକ ଚାଲିଥିବା ବେଳେ ସିନ୍ଧୁ ସୀମାରେ ଖଡ଼ଗହସ୍ତ ହୋଇଛନ୍ତି ଆନ୍ଦୋଳନରତ କୃଷକ ।

Farm Laws 18 Opposition Parties In Support Of Bharat Bandh Including Congress
FILE

କଂଗ୍ରେସ କହିଛି- ଦଳର କର୍ମୀ ସମସ୍ତ ରାଜ୍ୟର ରାଜଧାନୀ ଓ ଜିଲ୍ଲା ମୁଖ୍ୟାଳୟରେ ବନ୍ଦ ପାଳନ କରିବେ । ମୁଖ୍ୟତଃ ବନ୍ଦ ସଫଳକୁ କଂଗ୍ରେସ ଗୁରୁତ୍ୱ ଦେବ ବୋଲି ଦଳର ମୁଖପାତ୍ର ପୱନ ଖେଡ଼ା କହିଛନ୍ତି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ଟିଆରଏସ୍ ମୁଖ୍ୟ କେସିଆର୍ କହିଛନ୍ତି- ଦଳ ବନ୍ଦରେ ସମ୍ପୂର୍ଣ୍ଣ ଭାବେ ସାମିଲ୍ ହେବ । ଅନ୍ୟପଟେ ପଞ୍ଜାବରେ ଶିରୋମଣି ଅକାଳୀ ଦଳ, ବିରୋଧୀଙ୍କ ସହ ମିଶି କେନ୍ଦ୍ର ସରକାରଙ୍କୁ ଘେରିବା ଲାଗି ପ୍ରସ୍ତୁତି ଚଳାଇଛି ।

Leave a Reply