ଫ୍ୟାନ କହିଲେ ‘ପରବର୍ତ୍ତୀ ଅମିତାଭ ବଚ୍ଚନ’… ସୋନୁଙ୍କ ଜବାବ ଜିତିଲା ହୃଦୟ

1 min read

ମୁମ୍ବାଇ: ଚଳଚ୍ଚିତ୍ରରେ ଅଧିକାଂଶ ଖଳନାୟକର ଭୂମିକାରେ ଅଭିନୟ କରୁଥିବା ବଲିଉଡ ଅଭିନେତା ସୋନୁ ସୁଦ ଆଜିକାଲି ଲୋକଙ୍କ ହୃଦୟରେ ଶାସନ କରୁଛନ୍ତି । ରିଲ୍ ଲାଇଫ୍ ଭିଲେନ୍ ବର୍ତ୍ତମାନ ବାସ୍ତବ ଜୀବନର ହିରୋ । ଟ୍ୱିଟରରେ ତାଙ୍କ ପ୍ରଶଂସକମାନେ ବର୍ତ୍ତମାନ ତାଙ୍କ ପ୍ରଶଂସାର ପୋଲ ବାନ୍ଧୁଛନ୍ତି । ଜଣାଇ ରଖୁଛୁ ଯେ, ନିକଟରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କ ଅନୁମତି ପାଇବା ପରେ ସେ କୋଭିଡ -୧୯ ମହାମାରୀ ମଧ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ ବ୍ୟବସ୍ଥା କରିଥିଲେ ଏବଂ ସେମାନଙ୍କୁ ନିଜ ଘରକୁ ପଠାଇବାରେ ଲାଗିଲେ । ଆଜ୍ଞା  ହୁଁ… କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ସକ୍ରିୟ ସୋନୁ ଲୋକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ତାରକା ତାଙ୍କ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ପ୍ରଶଂସକମାନେ ଟ୍ୱିଟରରେ ସୋନୁଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି । ନିକଟରେ ଜଣେ ପ୍ରଶଂସକ ସୋନୁ ସୁଦଙ୍କୁ ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି, କିନ୍ତୁ ସୋନୁ ଆପଣଙ୍କ ହୃଦୟ ଜିତିଯିବା ଭଳି ଉତ୍ତର ଦେଇଥିଲେ ।

ବାସ୍ତବରେ, ସୋନି ସୁଦଙ୍କର ଜଣେ ପ୍ରଶଂସକ ଟ୍ୱିଟରରେ ଲେଖିଛନ୍ତି – ‘ଯେତେବେଳେ ସବୁକିଛି ଠିକ ହୋଇଯିବ, ଏହା ପରେ ଆପଣଙ୍କୁ ପ୍ରତ୍ୟେକ ରବିବାର ଶୁଟ୍ ରୁ ଛୁଟି ନେବାକୁ ପଡିବ । ଲୋକମାନେ ଆପଣଙ୍କୁ ଦେଖା କରିବା ପାଇଁ ଆସିବେ, ଯେଉଁମାନେ ବୁଲିବା ପାଇଁ ଆସିଥିବେ ସେମାନେ ଆପଣଙ୍କ ଘରର ଠିକଣା ନିଶ୍ଟୟ ଖୋଜିବେ ।’ ସୋନୁ ସୁଦଙ୍କୁ ପରବର୍ତ୍ତୀ ଅମିତାଭ ବଚ୍ଚନ ବୋଲି ପ୍ରଶଂସକ ଜଣଙ୍କ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ବାସ୍ତବରେ ରବିବାର ଦିନ ଅମିତାଭ ବଚ୍ଚନ ତାଙ୍କ ଘର ‘ଜଲସା’ ବାହାରେ ପ୍ରଶଂସକଙ୍କୁ ଦେଖା କରନ୍ତି । ସେଥିପାଇଁ ପ୍ରଶଂସକ ତାଙ୍କୁ ପରବର୍ତ୍ତୀ ଅମିତାଭ ବଚ୍ଚନ ବୋଲି କହିଥିଲେ।

https://twitter.com/sandeepashwin/status/1265483664848281602

ପ୍ରଶଂସକଙ୍କ ଏହି ଟୁଇଟର ଜବାବରେ ସୋନୁ ଲେଖିଛନ୍ତି ଯେ, ସେ ମୋ ଘରକୁ କାହିଁକି ଆସିବେ, ବନ୍ଧୁ, ମୁଁ ସେ ସମସ୍ତଙ୍କ ପାଖକୁ ଯିବି। ମୋ ଭାଇମାନଙ୍କ ଉପରେ ବହୁତ ଆଳୁ ପାରଟା, ପାନ ଏବଂ ଚା’ ବାକ ଅଛି । ଟ୍ୱିଟରରେ ସୋନୁ ଦେଇଥିବା ଏହି ଉତ୍ତରକୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି ।

ଜଣାଇ ରଖୁଛୁ ଯେ, ଏହି କଠିନ ସମୟରେ ସୋନୁଙ୍କର ଏହି ସାହାଯ୍ୟ ମନୋଭାବକୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାଯାଉଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟରୀ ମଧ୍ୟ ଏହି କାର୍ଯ୍ୟ ପାଇଁ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନିକଟରେ ସେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଟ୍ୱିଟର ଆକାଉଣ୍ଟରେ ଏକ ହେଲ୍ପଲାଇନ ନମ୍ବର ପ୍ରକାଶ କରିଛନ୍ତି। ଏହା ସେୟାର କରି ସେ ଲେଖିଛନ୍ତି ଯେ, ‘ହେଲୋ ! ମୁଁ ତୁମ ସାଙ୍ଗ ସୋନୁ ସୁଦ କହୁଛି । ମୋର ପ୍ରିୟ ଶ୍ରମିକ ଭାଇ ଓ ଭଉଣୀମାନେ, ଯଦି ଆପଣ ମୁମ୍ବାଇରେ ଅଛନ୍ତି ଏବଂ ଆପଣଙ୍କ ଘରକୁ ଯିବାକୁ ଚାହୁଁଛନ୍ତି, ଦୟାକରି ଏହି ନମ୍ବରରେ କଲ କରନ୍ତୁ – ୧୮୦୦୧୨୧୩୭୧୧ କିମ୍ବା ହ୍ୱାଟସ ଆପ୍ ରେ ଆପଣଙ୍କର ଠିକଣା ଦିଆନ୍ତୁ, ମୋବାଇଲ ନମ୍ବର ହେଉଛି ୯୩୨୧୪୭୨୧୧୮  ।

ସୋନୁ ଆହୁରି ଲେଖିଛନ୍ତି ଯେ, ‘ ଆପଣ କେତେ ଲୋକ ଅଛନ୍ତି ଏବଂ ଆପଣ ବର୍ତ୍ତମାନ କେଉଁଠାରେ ଅଛନ୍ତି ଏବଂ କେଉଁଠାକୁ ଯିବାକୁ ଚାହୁଛନ୍ତି ତାହାର ମଧ୍ୟ ସୂଚନା ଦିଅନ୍ତୁ । ମୁଁ ଏବଂ ମୋର ଟିମ୍ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ ।  ଆମ ଟିମ୍ ଖୁବଶୀଘ୍ର ଆପଣଙ୍କ ସହିତ ଯୋଗାଯୋଗ କରିବ । ଲୋକମାନେ ସୋସିଆଲ ମିଡିଆରେ ଯାହା ସାହାଯ୍ୟ ମାଗୁଛନ୍ତି, ସୋନୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ।

 

Leave a Reply