୨୦୨୧ର ଭବିଷ୍ୟବାଣୀ: ମାଡ଼ି ଆସିବ ଦୁର୍ଭିକ୍ଷ, ଭୂକମ୍ପରେ ଧ୍ୱଂସ ହେବ ପୃଥିବୀ

1 min read

ସରି  ଆସୁଛି ୨୦୨୦ର ଶେଷ ସମୟ  ।  ଏବେ କେବଳ ଅପେକ୍ଷା ୨୦୨୧କୁ । ୨୦୨୦ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୨୦୨୧କୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କିନ୍ତୁ,  ଏହାରି ଭିତରେ ଆସିଥିବା ଜଣେ ବ୍ୟକ୍ତିଙ୍କ ଭବିଷ୍ୟବାଣୀ ପାଦ ତଳୁ ମାଟି ଖସାଇ ଦେଲା ଭଳି  ।  ନାଷ୍ଟ୍ରାଡମ୍ସର ଭବିଷ୍ୟବାଣୀ ମୁତାବକ,  ୨୦୨୧ ମସିହା ୨୦୨୦ ଠାରୁ ବି ଅଧିକ ଭୟଙ୍କର ହେବ । କାରଣ ଆସନ୍ତା ବର୍ଷରେ ବିଶ୍ୱ ଦୁର୍ଭିକ୍ଷ, ମହାମାରୀ, ଭୂକମ୍ପର ବିପଦକୁ ସାମ୍ନା କରିବାକୁ ପଡିବ ବୋଲି ଭବିଷ୍ୟବାଣୀ କରିଛନ୍ତି  । ଏଭଳି ଏକ ଭବିଷ୍ୟବାଣୀ କରିସାରିଛନ୍ତି ଫ୍ରାନ୍ସ ଜନ୍ମିତ ବିଶିଷ୍ଟ ଭବିଷ୍ୟବକ୍ତା  ମାଇକେଲ୍ ଡି ନଷ୍ଟ୍ରାଡମ୍ସ।

ତେବେ ୪୬୫ ବର୍ଷ ପୁରୁଣା ଭବିଷ୍ୟବାଣୀ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ନଷ୍ଟ୍ରାଡମ୍ସ ଶତାବ୍ଦୀର ପ୍ରଥମ ‘ଲେସ୍ ପ୍ରୋଫେଟିସ୍’ ନାମକ ଏକ ବହି ଲେଖିଥିଲେ । ଯେଉଁଥରେ ସେ ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ। ଏହି ବହିର ପ୍ରଥମ ସଂସ୍କରଣ ୧୫୫୫ ମସିହାରେ ଆସିଥିଲା । ବହିରେ ମୋଟ ୬,୩୩୮ଭବିଷ୍ୟବାଣୀ ରହିଛି । ଏହି ଭବିଷ୍ୟବାଣୀରୁ ପ୍ରାୟ ୭୦ ପ୍ରତିଶତ ସତ ବୋଲି ପ୍ରମାଣିତ ମଧ୍ୟ ହୋଇସାରିଛି । କେବଳ ସେତିକି ନୁହେଁ, ତାଙ୍କର ଭବିଷ୍ୟବାଣୀଗୁଡିକ ଛନ୍ଧରେ ପରିଭାଷିତ ହୋଇଛି  । ଯାହାକୁ ‘କ୍ୱାଟ୍ରେନ୍’ ବୋଲି ମଧ୍ୟ କୁହାଯାଏ ।

ସତ ହୋଇଛି ୨୦୨୦ର ଭବିଷ୍ୟବାଣୀ

୨୦୨୦ରେ ବ୍ୟାପିଥିବା କରୋନା ମହାମାରୀ  ମଧ୍ୟ ନାଷ୍ଟ୍ରାଡମ୍ସର ଭବିଷ୍ୟବାଣୀ ସହିତ ଜଡ଼ିତ । ଏହା ବ୍ୟତୀତ ଅନେକ ଐତିହାସିକ ଘଟଣା ମଧ୍ୟ ନାଷ୍ଟ୍ରାଡମ୍ସର  ଭବିଷ୍ୟବାଣୀକୁ ପ୍ରମାଣ କରିଛି । ଆସନ୍ତୁ ଜାଣିବା ୨୦୨୧ ବର୍ଷ ବିଷୟରେ ନାଷ୍ଟ୍ରେଡାମସ୍ କିପରି ପୂର୍ବାନୁମାନ କରିଛନ୍ତି ।

ଜୀବନ୍ତ ମଣିଷକୁ ଖାଇବ ମୃତ ମଣିଷ

ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ଜଣେ ରୁଷିଆର ବୈଜ୍ଞାନିକ ଏକ ଜୈବିକ ଅସ୍ତ୍ର ଓ ଭାଇରସ୍ ବିକଶିତ କରିବେ । ଏହା ମାନବ ପ୍ରଜାତି ପାଇଁ ଅତ୍ୟନ୍ତ ଭୟଙ୍କର ପ୍ରମାଣିତ ହେବ ଏବଂ ଏହା ଦ୍ୱାରା ମନୁଷ୍ୟ ପ୍ରଜାତି ସମ୍ପୂର୍ଣ୍ଣ ଲୋପ ପାଇଯାଇପାରେ । ତେବେ ଏହି ଜୈବିକ ଅସ୍ତ୍ର ଓ ଭାଇରସ୍ ହେଉଛି ଜୋମ୍ବି(Zombie)  ଯାହା ମୃତ ବ୍ୟକ୍ତିକୁ ଜୀବିତ କରି ରାକ୍ଷସ ପ୍ରବୃତ୍ତି ପ୍ରଦାନ କରିବ । ଆଉ ଏହି ଜୋମ୍ବି ଲୋକଙ୍କୁ ମାରିବା ସହ ସେମାନଙ୍କୁ ଖାଇବାକୁ ବି ପଛାଇବନି । ଏଭଳି ଭାବରେ ମଣିଷ ପ୍ରଜାତିର ସର୍ବନାଶ ହେବ ବୋଲି ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି।

ସୂର୍ଯ୍ୟର ବିନାଶ ହେବ

ଭବିଷ୍ୟବାଣୀରେ ଏହା ମଧ୍ୟ କୁହାଯାଇଛି ଯେ, ୨୦୨୧ରେ ସୂର୍ଯ୍ୟଙ୍କ ବିନାଶ ପୃଥିବୀକୁ ସିଧା ସଳଖ କ୍ଷତିଗ୍ରସ୍ତ କରିବ । ସମୁଦ୍ର ସ୍ତର ବଢିବ ଓ ତାହା ଭିତରେ ପୃଥିବୀ ନଷ୍ଟ ହେବ ବୋଲି ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀରେ ଉଲ୍ଲେଖ କରାଯାଇଛି । ଯାହା ସମଗ୍ର ମାନବ ସମାଜ ପାଇଁ ଭୟ ଜାତ କରିଛି  ।

ପୃଥିବୀ ସହ ମାଡ ହେବ ଧୂମକେତୁ

ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ପୃଥିବୀ ସହିତ ବିଶାଳକାୟ ଧୂମକେତୁ ମାଡ଼ ହେବ । ଏହି ଧୂମକେତୁ ପୃଥିବୀ ସହିତ ମାଡ ହେବାପରେ ଭୂକମ୍ପ ଏବଂ ଅନେକ ପ୍ରାକୃତିକ ବିପତ୍ତିର କାରଣ ହେବ । ଉଲ୍ଳେଖନୀୟ ଯେ, ନାସାର ବୈଜ୍ଞାନିକମାନେ ମଧ୍ୟ ପୂର୍ବରୁ ଏକ ବଡ ଧୂମକେତୁ ପୃଥିବୀ ସହ ମାଡ ହେବାର ସମ୍ଭାବନା ପ୍ରକାଶ କରିଥିଲେ। ଏଥର ଏହା ଅଧିକ ଗମ୍ଭୀରତାର ସହ ନେବା ଦରକାର। କାରଣ 2009 KF1 ନାମକ ଏକ ଧୂମକେତୁ ଉପରେ ନଜର ରଖିଛି । ଯାହା ୬ ମଇ ୨୦୨୨ରେ ପୃଥିବୀ ସହିତ ମାଡ ହେବାର ବିପଦ ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଧୂମକେତୁର ଶକ୍ତି ୧୯୪୫ରେ ହିରୋସିମା ଉପରେ ଆମେରିକା ଦ୍ୱାରା ପକାଯାଇଥିବା ପରମାଣୁ ବୋମାଠାରୁ ୧୫ ଗୁଣ ଅଧିକ ଭୟଙ୍କର ହେବ।

କାଲିଫର୍ଣ୍ଣିଆରେ ଭୂକମ୍ପ

ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ ଅନୁସାରେ, ଏକ ପ୍ରଳୟଙ୍କାରୀ ଭୂକମ୍ପ ‘ନ୍ୟୁ ୱାର୍ଲ୍ଡ’କୁ ଧ୍ୱଂସ କରିଦେବ। କାଲିଫର୍ଣ୍ଣିଆରେ ଏହାର ଲଜିକାଲ ପ୍ଲେସ୍ କୁହାଯାଇପାରେ, ଯେଉଁଠି ଏହି ଘଟଣା ହୋଇପାରେ। ପ୍ରାକୃତିକ ବିପଦକୁ ନେଇ ପୂର୍ବରୁ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ ବାହାରିଛି ।

ବ୍ରେନ୍ ଚିପର ବ୍ୟବହାର କରାଯିବ

ମାନବ ଜାତିକୁ ବଞ୍ଚାଇବା ପାଇଁ ଆମେରିକାର ସୈନିକଙ୍କୁ ଅତି କମରେ ମାନସିକ ସ୍ତରରେ ସାଇବର୍ଗ୍ସ ଭଳି ବଦଳାଇ ଦିଆଯିବ। ଏମାନଙ୍କ ବ୍ରେନ୍ ଚିପକୁ ବ୍ୟବହାର କରି ସାଇବର୍ଗ (Cyborgs)କରିଦିଆଯିବ। ଏହାର ଅର୍ଥ ହେଉଛି ଏହା ଏକ ଏଭଳି କାଳ୍ପନିକ ମେସିନ୍ ମାନବ ହେବ ଯାହାର ଅଧା ଶରୀର ମାନବ ଓ ଅଧା ମେସିନ୍ ଭଳି ହେବ।

ଦୁର୍ଭିକ୍ଷ ପୃଥିବୀ ନଷ୍ଟର ପ୍ରଥମ ସଂକେତ ହେବ

  ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି- ଦୁର୍ଭିକ୍ଷ, ଭୂକମ୍ପ, ବିଭିନ୍ନ ପ୍ରକାର ରୋଗ ଓ ମହାମାରୀ କାରଣରୁ ବିଶ୍ୱ ଅନ୍ତ ହେବାର ପ୍ରଥମ ସଙ୍କେତ ମିଳିବ । ଯେପରି ବର୍ତ୍ତମାନ ସମୟରେ କରୋନା ମହାମାରୀ କାରଣରୁ ପୁରା ବିଶ୍ୱର ସ୍ଥିତି ବଦଳି ଯାଇଛି ଠିକ୍ ସେଭଳି ଦୁର୍ଭିକ୍ଷ ଆସିବ, ଯାହାକୁ ସାରା ବିଶ୍ୱ କେବେ ପୂର୍ବରୁ ସାମନା କରିନଥିବ। ବିଶ୍ୱ ଜନସଂଖ୍ୟାର ଏକ ବଡ ଅଂଶର  ଧ୍ୱଂସ ଘଟିବାରିବ ବୋଲି ନଷ୍ଟ୍ରାଡମ୍ସ ଭବିଷ୍ୟବାଣୀ କରିଛନ୍ତି।

Leave a Reply