ଅନଲାଇନ ପାଠପଢା : କାନଫୁଲ ଓ ଗାଈ ବିକି ଝିଅ ପାଇଁ ମୋବାଇଲ କିଣିଲେ, ଜାଣନ୍ତୁ ପୁରା କାହାଣୀ….

1 min read

ସାମାଜିକ ଦୂରତ୍ୱ ପାଇଁ ସ୍କୁଲ କଲେଜ୍ ସବୁ ବନ୍ଦ । ଅବାଧ୍ୟ କରୋନା ସଭିଁଙ୍କୁ ବାଧ୍ୟ କରିଛି । ତେବେ ପିଲାଙ୍କ ପାଠପଢା କରୋନା କାଳରେ ଅନେକ ମାତ୍ରାରେ ପ୍ରଭାବିତ ହେବା ପରେ ଶେଷରେ ସରକାର ଅଇନଲାଇନ କ୍ଲାସ କଥା କହିଲେ । ଅନଲାଇନରେ ଭିଡିଓ କଲିଂ ମାଧ୍ୟମରେ ପିଲା ପାଠ ପଢିବେ, ଶିକ୍ଷକ ଓ ଅଧ୍ୟାପକ ସ୍କୁଲ-କଲେଜରେ ବସି ପଢେଇବେ । ତେବେ ଏଭିତରେ ଏକ ପ୍ରମୁଖ ସମସ୍ୟା ପିଲାଙ୍କ ପାଠପଢାରେ ବାଧକ ସାଜିଛି । ପିଲାଙ୍କ ପାଖରେ ଅନଲାଇନ୍ କ୍ଲାସ୍ ପାଇଁ ମୋବାଇଲ କିମ୍ୱା ଲାପଟପର ସୁବିଧା ନାହିଁ । ସ୍ୱଚ୍ଛଳ ପିଲାମାନେ ମୋବାଇଲରେ ପାଠ ପଢୁଛନ୍ତି ବାକି ଗରିବୀ ସହ ଜୁଝୁଥିବା ପରିବାର ଭୋକକୁ ପ୍ରାଥମିକତା ଦେଇ ପିଲାଙ୍କ ପାଠ ପଢାକୁ ପଛକୁ ଠେଲୁଛନ୍ତି । ଏଭଳି ଘଟଣା ସବୁ ଜିଲ୍ଲାର, ସବୁ ଗାଁରେ ଦେଖିବାକୁ ମିଳୁଛି ।

ତେବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସାଲେପୁରରେ ।  ଗରିବ ପରିବାର ଏବେ କରୋନା କାଳରେ ଭୋକ ଉପାସ ଦାଉ ସହି କଷ୍ଟେମଷ୍ଟେ ବଞ୍ଚୁଥିଲେ ମଧ୍ୟ ପିଲାର ପାଠପଢାକୁ ଗୁରୁତ୍ୱ ଦେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସାଲେପୁର ଓ ମହାଙ୍ଗାରେ । ପିଲାଙ୍କ ପାଠ ପାଇଁ  ଜଣେ ମା’ ନିଜ କାନଫୁଲକୁ ବିକ୍ରି କରି  ମୋବାଇଲା କିଣିଛି ଓ ମୋବାଇଲରେ ପାଠ ପଢୁଛି ଝିଅ । ସେହିଭଳି ମହାଙ୍ଗାରେ ଏକ ପରିବାର ନିଜ ଘରେ ଥିବା ଗାଈକୁ ବିକ୍ରି କରି ଝିଅ ପାଇଁ ମୋବାଇଲ କିଣିଛନ୍ତି । ତେବେ ଝିଅକୁ ଶିକ୍ଷୟତ୍ରୀ କରାଇବା ସ୍ୱପ୍ନରେ ସେମାନେ ପିଲାଙ୍କୁ ପାଠ ପଢାଉଛନ୍ତି  ବୋଲି କହିଛନ୍ତି ।

ପିଲାକୁ ପଢାଇବା ପାଇଁ ଯାହା କରିବାକୁ ପଡିବ ସେସବୁ କରିବାକୁ ପ୍ରସ୍ତୁତ ଥିବା ମମତା ଦାସ କହିଛନ୍ତି । ଅନ୍ୟପକ୍ଷରେ ନିଜ କାନଫୁଲ ବିକି ଝିଅ ପାଇଁ ମୋବାଇଲ କିଣିବା ପରେ ମା’ ଗୀତା ଭୋଇ କହିଛନ୍ତି ମୋବାଇଲ ନଥିବା ହେତୁ ଝିଅ ଅନଲାଇନ କ୍ଲାସରେ ବସିପାରୁନଥିଲା । ଝିଅର ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଘରର ସ୍ଥିତି ଦେଖି ସେ କେବେ ମୋବାଇଲ ପାଇଁ ଦାବି ମଧ୍ୟ କରିନି । ତେବେ ତା’ ପାଠପଢା ଚାଲୁ ରଖିବା ପାଇଁ ମୋବାଇଲ ଯୋଗାଡ କଲୁ ଏବେ ସେ ଓ ପରିବାର ସମସ୍ତେ ଖୁସି ଅଛୁ ।

Leave a Reply