ଘରେ ରହି ନିଆରା ଢଙ୍ଗରେ ସମ୍ବଲପୁରୀ ଦିନ ପାଳୁଛନ୍ତି ପରିବାର

ସମ୍ବଲପୁର: ଆଜି ସମ୍ବଲପୁରୀ ଦିନ । ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ସ୍ଥାନ ହେଉଛି ସମ୍ବଲପୁର । ଏଠାରେ ସଂସ୍କୃତିଠୁ ଆରମ୍ଭ କରି ସଂସ୍କର ପର୍ଯ୍ୟନ୍ତ ସବୁଠି ଅଛି ସମ୍ବଲପୁରୀର ମିଠା ସ୍ପର୍ଶ । ଆଜି ଦିନରେ ସମ୍ୱଲପୁରୀ ଦିନ ଭାବେ ପାଳନ କରାଯାଉଛି । ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ  ସମ୍ବଲପୁରୀ ଦିନ୍ ଭାବରେ  ପାଳନ କରାଯାଇଥାଏ ।

ଏହି ଅବସରରେ ଚଲିତ ବର୍ଷ ପାଇଁ ସମ୍ବଲପୁରୀ ଅଭିନେତା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ  ସମ୍ମାନ ଦିଆଯିବା ପାଇଁ  ସ୍ଥିର କରାଯାଇଛି । ଚଳିତ ବର୍ଷ କରୋନା ମହାମାରୀରେ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ବଲପୁରୀ ଦିନକୁ ଘରେ ରହି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାସହ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ମଂଚରେ  ଆୟୋଜିତ  ହୋଇପାରୁନାହିଁ । ତଥାପି  ଘରେ ରହି ପରିବାର  ନିଆରା ଢଙ୍ଗରେ  ସମ୍ବଲପୁରୀ ଦିନ ପାଳନ କରାଯାଉଛି । ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜ ଢଂଗରେ ସମ୍ବଲପୁରୀ କାର୍ଯ୍ୟକ୍ରମ ଆୟୋଜନ କରି ସାମାଜିକ ଗଣମାଧ୍ୟମ ରେ ଛାଡିବା ପାଇଁ ବ୍ୟବସ୍ଥା କରିଛନ୍ତି ।

Leave a Reply