ଦିଲ୍ଲୀର ସେଇ ଘୋଡାଗାଡି ବାଲାଙ୍କ କାହାଣୀ,ଯିଏ ୧୫ଶହ ଟଙ୍କାରୁ ତିଆରି କରିଥିଲେ ୨ ହଜାର କୋଟିର ସାମ୍ରାଜ୍ୟ

1 min read

ନୂଆଦିଲ୍ଲୀ: ଟିଭିରେ ନିଜେ ଅଭିନୟ କରି ଏମଡିଏଚ୍ ମସଲାର ପ୍ରଚାର ପ୍ରସାର କରିଥିବା ଧର୍ମପାଲ ଗୁଲାଟିଙ୍କୁ କିଏବା ନଜାଣେ । ଏହି ପ୍ରସିଦ୍ଧ ବ୍ୟବସାୟୀଙ୍କର ଗୁରୁବାର ସକାଳେ ୯୮ ବର୍ଷ ବୟସରେ ଦେହାନ୍ତ ହୋଇଛି ।

ତାଙ୍କ ଦେହାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀର ଡେପୁଟି ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ଧର୍ମପାଲଙ୍କ ଜୀବନ କାହାଣୀ ଅନ୍ୟ ଲାଗି ପ୍ରେରଣାର ଉତ୍ସ ପାଲଟିଥାଏ ।

ଆସନ୍ତୁ ଜାଣିବା ମାତ୍ର ୧୫୦୦ ଟଙ୍କା ଧରି ଭାରତ ଆସିଥିବା ଧର୍ମପାଲ କିପରି ପାଲଟିଥିଲେ ମସଲା ଜଗତର ବାଦଶାହ । ଆଉ କିଏ ତାଙ୍କର ଉତରାଧିକାରୀ…

ଧର୍ମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ମହାଶୟ ଚୁନି ଲାଲ୍ ଗୁଲାଟି ଓ ମାତାଙ୍କ ନାମ ମାତା ଚନନ ଦେବୀ । ତାଙ୍କର ଦୁଇ ଭାଇ ଓ ୫ ଭଉଣୀ ରହିଛନ୍ତି । ଛୋଟ ବ୍ୟବସାୟରୁ କାରବାର ଆରମ୍ଭ କରିଥିବା ଧର୍ମପାଲ ପରବର୍ତ୍ତୀ ସମୟରେ ବ୍ୟବସାୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ପତ୍ନୀଙ୍କ ମୃତ୍ୟୁର କିଛି ମାସ ପରେ ଏକମାତ୍ର ପୁଅର ଦେହାନ୍ତ-

ଧର୍ମପାଲ ୧୯୪୧ ମସିହାରେ ଲୀଳାବତିଙ୍କ ସହ ବିବାହ ବଦ୍ଧନରେ ଆବଦ୍ଧ ହୋଇଥିଲେ । ୧୯୯୨ ମସିହାରେ ତାଙ୍କର ଦେହାନ୍ତ ଘଟିଥିଲା ବେଳେ ଏହାର ମାତ୍ର ଦୁଇ ମାସ ପରେ ତାଙ୍କର ଏକମାତ୍ର ପୁଅ ସଞ୍ଜୀବର ମଧ୍ୟ ମୃତ୍ୟୁ ହୋଇଥିଲା । ଯାହା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା ।

୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ପରେ ସେ ଭାରତ ପଳାଇ ଆସିଥିଲେ। ପରେ ତାଙ୍କୁ ଅମୃତସରର ରିଫ୍ୟୁଜି କ୍ୟାମ୍ପରେ ରଖାଯାଇଥିଲା । ତା’ପରେ ସେ ନିଜ ଭିଣୋଇ ସହ ଦିଲ୍ଲୀ ଯାଇ କାମ ଖୋଜିବାରେ ଲାଗିଥିଲେ ।  ତାଙ୍କ ପାଖରେ ମାତ୍ର ୧୫ଶହ ଟଙ୍କା ଥିଲା। ଯେଉଁଥିରୁ ୬୫୦ ଟଙ୍କାରେ ଏକ ଘୋଡାଗାଡି କିଣି ନୂଆଦିଲ୍ଲୀ ରେଳ ଷ୍ଟେସନରୁ କୁତୁବ ରୋଡ ପର୍ଯ୍ୟନ୍ତ ଚଳାଇଥିଲେ।  ପରେ ସେ ଏହାକୁ ଭାଇକୁ ଦେଇ ଦେଇଥିଲେ ।

୧୯୪୮ରେ କରୋଲ ବାଗରେ କିଣିଥିଲେ ଦାେକାନ-

କରୋଲ ବାଗର ଅଜମଲ ଖାନ ରୋଡରେ ଏକ ଛୋଟିଆ ଦୋକାନରେ ମସଲା ବିକ୍ରି କରିବା ଆରମ୍ଭ କରିଥିଲେ। ଏ କାମରେ ସଫଳତା ମିଳିବା ପରେ ଚାନ୍ଦନୀ ଚୗେକରେ ଏକ ଦୋକାନ ଭଡାରେ ନେଇଥିଲେ । ପରେ ୧୯୫୪ରେ ସେ କରୋଲ୍ ବାଗରେ ‘ରୂପକ ଷ୍ଟାେରର୍ସ’ ନାମକ ଏକ ଦେକାନର ଶୁଭାରମ୍ଭ କରିଥିଲେ । ଯାହା ସେ ସମୟରେ ଦିଲ୍ଲୀରେ ଭାରତର ପ୍ରଥମ ଆଧୁନିକ ମସଲା ଷ୍ଟାେର ଥିଲା ।

ହେଲେ ପରବର୍ତ୍ତୀ ସମୟରେ ସେ ଏହାକୁ ନିଜ ସାନ ଭାଇ ସତପାଲ୍ ଗୁଲାଟିଙ୍କୁ ହସ୍ତାନ୍ତର କରିଥିଲେ ।

Leave a Reply