ସାବଧାନ, ହଳଦିଆ ବତୀ ଭ୍ୟାନ୍‌ ଧରି ବୁଲୁଛନ୍ତି ନକଲି STF ଅଧିକାରୀ

1 min read

ବୋଲେଶ୍ୱର: ବାଲେଶ୍ୱରରେ ବୁଲୁଛନ୍ତି ନକଲି ଏସଟିଏଫ୍ ଅଧିକାରୀ । ନିଜକୁ ଏସ୍‌ଟିଏଫ୍‌ କହି ଲୁଟୁଛନ୍ତି ଟଙ୍କା । ସେରଗଡ଼ ଟୋଲ୍‌ ଗେଟ୍‌ ନିକଟରୁ ୨ଜଣ ନକଲି STF ଅଧିକରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ନାଲିବତୀ ସ୍କର୍ପିଓ ଓ ରିଭଲଭର ଜବତ ହୋଇଛି । ଗିରଫ ୨ଜଣଙ୍କ ଘର ଗଞ୍ଜାମ ଜିଲାରେ ବୋଲି ସୂଚନା ମିଳିଛି । ନିଜକୁ STF ଅଧିକାରୀ ପରିଚୟ ଦେଇ ଫି ଛାଡ଼ କରିବାକୁ ନେଇ ଗଣ୍ଡଗୋଳ କରିଥିଲେ । ଫାଙ୍କା ଗୁଳି ଚାଳନା କରି ଫେରାର୍‌ ହେବାକୁ ଉଦ୍ୟମ କରୁଥିବାବେଳେ ଖନ୍ତାପଡ଼ା ପୋଲିସ ଏମାନଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ହଳଦିଆ ବତି ଥିବା ଗାଡ଼ିରେ ଆସିଥିଲେ ନକଲି ଏସ୍‌ଟିଏଫ୍‌ । ଆସିବା ସମୟରେ ସେମାନଙ୍କୁ ଟୋଲଗେଟରେ ଅଟକାଯାଇଥିଲା । ଯେତେବେଳେ ତାଙ୍କୁ ଟୁଲ ଆଦାୟ ପାଇଁ ଅଧିକାରୀ ଟଙ୍କା ମାଗିଥିଲେ । ସେମାନେ ଟୋଲ ଦେବା ପାଇଁ ମନା କରିଥିଲେ । ଏସ୍‌ଟିଏଫ୍‌ ଅଧିକାରୀ ବୋଲି କହି ଟୋଲ ଦେବାପାଇଁ ମନାକରିଥିଲେ । ଏନେଇ ଟୋଲଗେଟରେ ରହୁଥିବା ଅଧିକାରୀ ମାନେ ସେମାନଙ୍କ ଉପରେ ସନ୍ଦେହ କରିଥିଲେ । ଏହାପରେ ଅଧିକ ଯୁକ୍ତିତର୍କ ହେବା କାରଣରୁ ନକଲି ଏସ୍‌ଟିଏଫ୍‌ ଅଧିକାରୀ ମାନେ ବନ୍ଧୁକ ଦେଖାଇ ଡ଼ରାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

ଲୋକେ ସେଠାରେ ଜମିବାରୁ ସେମାନେ ଉପରୁକୁ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ । ତେବେ ସେହି ସମୟରେ ଭୟରେ ଘଟଣା ସ୍ଥଳରୁ ଟୋଲ ଗେଟର ଅଧିକାରୀ ମାନେ ଫେରାର ହେବା ସହ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଇଆଇସି ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେହି ଦୁଇଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏମାନେ ଅନେକ ସମୟରେ ଲୋକଙ୍କ ଠାରୁ ଏସ୍‌ଟିଏଫ୍‌ ଅଧିକାରୀ କହି ଲୁଟ କରିଥାନ୍ତି । ଏହା ପୂର୍ବରୁ କେଉଁ କେଉଁ ସ୍ଥାନକୁ ସାମାନେ ଯାଇଛନ୍ତି ଏ ନେଇ ତଦନ୍ତ କରିଛି ।

Leave a Reply