ଜାଲ ନୋଟ୍ ବିକ୍ରି କରିବାର ଫଣ୍ଡା: ୧୦ଲକ୍ଷ ଦିଅ,୨୦ଲକ୍ଷ ନିଅ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜାଲ୍‌ନୋଟ୍ କାରବାରର ପର୍ଦ୍ଦାଫାସ୍  । ୩ଟି ଜାଲ୍ ନୋଟ୍ ଭର୍ତ୍ତି ବ୍ୟାଗ୍ ସହିତ ୭୦ ହଜାର ଅସଲି ଟଙ୍କା ଜବତ କରିଛି ପୋଲିସ୍ । ଘଟଣାରେ ୨ଜଣଙ୍କୁ ଗିରଫ ସହ କାର ଓ ୩ଟି ମୋବାଇଲ ଜବତ କରାଯାଇଛି  । ଶହେ ଟଙ୍କିଆ ନୋଟ୍ ନେଇ ପାଞ୍ଚଶହ ଓ ଦୁଇ ହଜାର ଟଙ୍କିଆ ନୋଟ୍‌ ଦେବାକୁ ଲୋଭ ଦେଖାଇ ଚାଲିଥିଲା ଜାଲ୍‌ନୋଟ କାରବାର ।

ଅଭିଯୋଗ ଅନୁସାରେ, ଏକ ଅଜଣା ନମ୍ବରରୁ ବାସୁଦେବପୁର ଗୁଆଗଡ଼ିଆ ଓ ଅନନ୍ତପୁର ଅଞ୍ଚଳର ୨ଜଣ ବ୍ୟକ୍ତିଙ୍କୁ ଫୋନ୍‌ ଆସିଥିଲା  । ୨୦ଲକ୍ଷ ଶହେ ଟଙ୍କିଆ ନୋଟ୍ ନେଇ ୧୦ଲକ୍ଷ ପାଞ୍ଚଶହ ଓ ଦୁଇ ହଜାର ଟଙ୍କିଆ ଦେବାକୁ ଲୋଭ ଦେଖାଇଥିଲେ ଦୁବୃର୍ତ୍ତ  । ତେବେ ବ୍ୟକ୍ତି ଦୁଇଜଣ ନକଲିନୋଟ୍ କାରବାର ସନ୍ଦେହ କରି ପୋଲିସକୁ ଜଣାଇଥିଲେ ।

ଯୋଜନା ମୁତାବକ ଦୁବୃର୍ତ୍ତ ଜାଲଟଙ୍କା ନେଇ ଆସିବାବେଳେ ପୋଲିସ୍ ସେମାନଙ୍କୁ କାବୁ କରିଥିଲା  । ଜବତ ଜାଲ ନୋଟ୍ ଗୁଡିକରେ ଚିଲଡ୍ରେନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖାରହିଛ  । ତେବେ ଏହି ରାକେଟରେ ଆଉ କେଉଁମାନଙ୍କର ସପୃକ୍ତି ରହିଛି, ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି  ।

Leave a Reply