Fact Check: କଣ ପୁଣି ଥରେ ଦେଶରେ ଲାଗୁ ହେବ ଲକଡାଉନ୍ ?

1 min read
Fact Check Will The Lockdown Be Imposed Again In The Country

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦେଶରେ ପୁଣି ଥରେ ଲାଗୁ ହେବ ଲକଡାଉନ୍ । ସେପ୍ଟେମ୍ବର ୨୫ରୁ ଦେଶବ୍ୟାପୀ ପୁଣି ଲକଡାଉନ୍ ଲାଗୁ ନେଇ ସୁପାରିସ୍ କରାଯାଇଛି । ଏଭଳି ଏକ ସ୍କ୍ରିନ୍ ସଟ୍ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ପିଆଇବି ପକ୍ଷରୁ ଏକ ପୋଷ୍ଟ କରାଯାଇ ଏହାକୁ ‘ଫେକ୍ ନ୍ୟୁଜ୍’ କୁହାଯାଇଛି ।

ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ସ୍କ୍ରିନସଟଟି NDMA ଆଦେଶ ବୋଲି ଲେଖାଯାଇଥିଲା । ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ସ୍କ୍ରିନସଟରେ ଲେଖାଯାଇଥିଲା- କୋଭିଡ୍ ୧୯ ସଂକ୍ରମଣ ରୋକିବା ଓ ମୃତ୍ୟୁ ହାର କମାଇବା ପାଇଁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଯୋଜନା ଆୟୋଗ ସହିତ କେନ୍ଦ୍ର ସରକାର ଓ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସେପ୍ଟେମ୍ବର ୨୫ ମଧ୍ୟରାତ୍ରୀରୁ ଲକଡାଉନ୍ ଲାଗୁ ହେବ । ୪୬ ଦିନିଆ ଲକଡାଉନ୍ ଦେଶବ୍ୟାପୀ କଡ଼ାକଡ଼ି ପାଳନ କରାଯିବ । ଏହି ନିର୍ଦ୍ଦେଶନାମା ସେପ୍ଟେମ୍ବର ୧୦ରେ ପ୍ରକାଶ ପାଇଥିବା ଭାଇରାଲ ସ୍କ୍ରିନସଟରେ ଉଲ୍ଲେଖ ରହିଛି ।

ପିଆଇବି ଏହି ଭାଇରାଲ ଖବରକୁ ମିଛ ବୋଲି କହିଛି । ପିଆଇବି ପକ୍ଷରୁ କୁହାଯାଇଛି- NDMA ଦ୍ୱାରା ଦାବି କରାଯାଉଥିବା ୨୫ ସେପ୍ଟେମ୍ବରରୁ ଦେଶବ୍ୟାପୀ ଲକଡାଉନ୍ ନିର୍ଦ୍ଦେଶ ମିଥ୍ୟା । ପିଆଇବି ଏହି ତଥ୍ୟର ଯାଞ୍ଚ କରିଛି । ଯାଞ୍ଚରୁ ଜଣାପଡ଼ିଛି ଏହି ନିର୍ଦ୍ଦେଶନାମା ନକଲି । NDMA ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିଥିଲେ । ଯାହାପରେ ଦେଶର ଅର୍ଥ ବ୍ୟବସ୍ଥା ବହୁତ କ୍ଷତି ସହିଥିଲା । ଏଥିସହ କରୋନା ସଂକ୍ରମଣ ହାରରେ କୌଣସି କମି ଆସି ନଥିଲା ।

Leave a Reply