ମଦ ଦୋକନୀ ମାଗିଲେ MRPଠୁ ଅଧିକ ଟଙ୍କା, ତା’ପରେ…

Faceoff For Wine MRP In Pattamundai KendrapadaFaceoff For Wine MRP In Pattamundai Kendrapada

ପଟ୍ଟାମୁଣ୍ଡାଇ: ସ୍ୱାସ୍ଥ୍ୟପକ୍ଷେ ହାନିକାରକ ମଦ । ସମସ୍ତେ ଏକଥା ତ ବୁଝନ୍ତି କିନ୍ତୁ ଟିକିଏ ମଦ ପିଇବା ପାଇଁ ଯେ କୌଣସି ସ୍ତରକୁ ଚାଲିଯାଆନ୍ତି । ଆଉ ମଦ ଦୋକାନୀଙ୍କ ଭାଉ କାହିଁରେ କଣ ? ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ପଟ୍ଟାମୁଣ୍ଡାଇର ଚୁଡ଼ିକୁଲାଟ ନିକଟସ୍ଥ ଠିପି ବନ୍ଦ ମଦ ଦୋକାନରେ ମଦର ଏମଆରପିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଗ୍ରାହକ ଓ ଦୋକାନୀ । ଗଣ୍ଡଗୋଳରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

Faceoff For Wine MRP In Pattamundai Kendrapada

ମଦ ଦୋକାନୀ ମଦର ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ମାଗୁଥିବା ଗ୍ରାହକ କହୁଥିବା ବେଳେ ସେମାନେ ଦାଦାବଟି ମାଗିବାକୁ ଆସିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ଦୋକାନୀ । କିଏ ସତ କହୁଛି ଆଉ କିଏ ମିଛ ପୋଲିସ ତ ଏହାର ତଦନ୍ତ କରୁଛି । ତେବେ, ସିସିଟିଭିରେ ରେକର୍ଡ ହୋଇଛି ହାତାହାତିର ପୂରା ଦୃଶ୍ୟ । ୨ ଯୁବକଙ୍କୁ ମାଡ଼ ମାରିବାକୁ ମାଡ଼ି ଆସୁଛନ୍ତି ୩ରୁ ୪ ଜଣ । ଆଉ ରାସ୍ତା ଉପରେ ସମସ୍ତଙ୍କ ଉପସ୍ଥିତିରେ ବିଧା ଗୋଇଠା ସହ ବାଡ଼ିରେ ପିଟୁଛନ୍ତି ।

Faceoff For Wine MRP In Pattamundai Kendrapada

ମାଡ଼ରେ ଆହତ ହୋଇଥିବା ୩ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କୁ କେନ୍ଦ୍ରାପଡ଼ା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣଙ୍କ ହାତ ମଧ୍ୟ ଭାଙ୍ଗିଯାଇଛି । ଉଭୟ ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ହୋଇଥିବା ଏତଲାକୁ ଭିତ୍ତିକରି ତଦନ୍ତ କରୁଛି ପୋଲିସ ।

Leave a Reply