ଇନଷ୍ଟାଗ୍ରାମରୁ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଫେସବୁକ୍ ?

ମୁମ୍ବାଇ: ଗତ ଗୁରୁବାରକୁ ସୋସିଆଲ ସାଇଟ ପ୍ଲାଟଫର୍ମ ଇଂଷ୍ଟାଗ୍ରାମ ଏବଂ ଫେସବୁକର ସର୍ଭର ଡାଉନ ଥିଲା । ଡାଉନ ଥିବା ଯୋଗୁଁ ସୋସିଆଲ ସାଇଟକୁ ଲଗ ଇନ କରିପାରୁନଥିଲେ ୟୁଜର୍ସ । ଏହା ମଧ୍ୟରେ ଫେସବୁକ ଉପରେ ଇଂଷ୍ଟାଗ୍ରାମ ୟୁଜର୍ସଙ୍କ କଥିତ ରୂପରେ ତଥ୍ୟ ଚୋରି କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପାଇଁ ଫେସବୁକ ଫୋନ କ୍ୟାମେରା ବ୍ୟବହାର କରିଛି । ଆଇଫୋନ ୟୁଜର୍ସ ଫଟୋ ଶେୟାରିଙ୍ଗ୍ ଆପ ଇଂଷ୍ଟାଗ୍ରାମରେ ସକ୍ରିୟ ନଥିବା ସମୟରେ ମଧ୍ୟ ତାଙ୍କ ଫୋନ କ୍ୟାମେରା ଆକ୍ସେସ ହେଉଥିବାର ନଜର ଆସିଥିଲା । କିନ୍ତୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ଫେସବୁକ । ଫେସବୁକର କହିବା ଅନୁସାରେ ଏସବୁ କେବଳ ଏକ ବଗ୍ ପାଇଁ ହୋଇଛି ।

ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଫେଡେରାଲ କୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଛି । ଯେଉଁଥିରେ ନ୍ୟୁ ଜର୍ସିର ଇଂଷ୍ଟାଗ୍ରାମ ୟୁଜର ବ୍ରିଟନୀ କ୍ୟାଣ୍ଡିଟି ଫେସବୁକ ଉପରେ ଇଂଷ୍ଟାଗ୍ରାମ ଆପ ଜରିଆରେ କ୍ୟାମେରାର ଉପଯୋଗ କରି ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗ ଆଣିଛନ୍ତି  ।

ଯେତେବେଳେ ଆମେ ଫୋନରେ କୌଣସି ଆପ ଇନଷ୍ଟଲ କରୁ ସେଥିରେ କିଛି ପରମିଶନ ପାଇଁ ଅପ୍ସନ ନଜର ଆସେ । ଯେପରି ଲୋକେସନ, କ୍ୟାମେରା ଓ ମିଡିଆ ଆଦି ସାମିଲ ରହିଛି । ଏହାକୁ ଆକ୍ଟିଭ୍ କରିବା ପରେ ଆପ୍ ବ୍ୟବହାର କରିବାର ଅଧିକାର ମିଳେ । ଆପ୍ ଡାଉନଲୋଡ୍ କରିବା ପରେ ଏଭଳି ପରମିସନ ଥରୁଟିଏ ମଗା ଯାଇଥାଏ ।  ଯାହାଦ୍ୱାରା ଆପଣଙ୍କ କ୍ୟାମେରା ବ୍ୟବହାର କରିବା ପାଇଁ ଦ୍ୱିତୀୟ ଥର ପାଇଁ ଆପ୍ ଅନୁମତିର ଆବଶ୍ୟକତା କରେ ନାହିଁ ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଫେସବୁକ ଉପରେ ଏଭଳି ଅଭିଯୋଗ ଦାଖଲ ହୋଇଛି ।

Leave a Reply