ଗତବର୍ଷ ତୁଳନାରେ ବଢ଼ିଛି ରପ୍ତାନୀ, ନଭେମ୍ବର ସୁଦ୍ଧା ୫୫ ପ୍ରତିଶତ ବୃଦ୍ଧି: ମୁଖ୍ୟମନ୍ତ୍ରୀ

1 min read
Export plays a vital role in the economic growth of any State (1)

ଭୁବନେଶ୍ୱର: ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ସେରମନିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କୌଣସି ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ରପ୍ତାନୀର ବଡ଼ ଭୂମିକା ରହିଛି । ଅନ୍ତର୍ଜାତୀୟ ବ୍ୟାପାର ଓ ବାଣିଜ୍ୟରେ ଓଡ଼ିଶାର ଭଲ ଇତିହାସ ରହିଛି । କଳିଙ୍ଗର ‘ସାଧବ ପୁଅ’ ଅନ୍ତର୍ଜାତୀୟ ବଜାରରେ ଆମ ବାଣିଜ୍ୟକୁ ପୋତ୍ସାହିତ କରିଥିଲେ । ଯେଉଁ ଅତୀତ ଆମକୁ ପ୍ରେରଣା ଦିଏ ।

Export plays a vital role in the economic growth of any State

ବ୍ୟବସାୟ କରିବା, 5Tର କାର୍ଯ୍ୟକାରୀତା, ଗୁଣାତ୍ମକ ମାନ ପାଇଁ ଭିତ୍ତିଭୂମି ସାହାଯ୍ୟ ସହ ରପ୍ତାନୀକୁ ପ୍ରୋତ୍ସାହନ ଦେବା ଲାଗି ମୋ ସରକାର ଉତ୍ତମ ପରିବେଶ ସୃଷ୍ଟି ଲାଗି ଚେଷ୍ଟା କରୁଛି । ନୀତି ଆୟୋଗର ଏକ୍ସପୋର୍ଟ ପ୍ରିପାର୍ଡନେସ୍ ଇଣ୍ଡେକ୍ସ (EPI) ୨୦୨୦ ଅନୁସାରେ ଓଡ଼ିଶା ପ୍ରଥମ ୫ ରାଜ୍ୟ ମଧ୍ୟରେ ଅଛି । ଆମର ପ୍ରୟାସ ରପ୍ତାନୀ କାରବାରକୁ ବୃଦ୍ଧି କରିବାରେ ସଫଳ ହେଉଛି ।

Export plays a vital role in the economic growth of any State

ମହାମାରୀ କୋଭିଡ୍ ସମୟରେ ରାଜ୍ୟରେ ରପ୍ତାନୀ ବଢ଼ିଛି । ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ସୁଦ୍ଧା ରପ୍ତାନୀ ୫୫ ପ୍ରତିଶତ ଗତବର୍ଷ ତୁଳନାରେ ବଢ଼ିଥିବା ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଓଡ଼ିଶା ପାଇଁ ଏକ ଭଲ ଉପଲବ୍ଧି । ଏଥିପାଇଁ ନବୀନ ରପ୍ତାନୀକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏହି ଟ୍ରେଣ୍ଡ ଜାରି ରଖିବାକୁ ଆଶା ପ୍ରକାଶ କରିଛନ୍ତି ।

Export plays a vital role in the economic growth of any State

ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀ ରପ୍ତାନୀ ପ୍ରୋତ୍ସାହନ କମିଟି ଗଠନ ହୋଇଛି । ଯାହାକି ସ୍ଥାନୀୟ ସାମଗ୍ରୀର ରପ୍ତାନୀ ଉପରେ କାର୍ଯ୍ୟ କରୁଛି । ଅନେକ ସ୍ଥାନୀୟ ଏମଏସ୍ଏମ୍ଇ ସାମଗ୍ରୀର ମହତ୍ତ୍ୱ ବିଶ୍ୱ ବଜାରରେ ରହିଛି । ଆମ କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରିର ଏସଏଚଜି ମାଆମାନଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ସାମଗ୍ରୀ ୟୁରୋପ ଓ ଆମେରିକାରେ ଆଦୃତ ହୋଇଛି ।

Export plays a vital role in the economic growth of any State

ସାମଗ୍ରୀର ଗୁଣବତ୍ତା ରପ୍ତାନୀ ବୃଦ୍ଧିର ମୁଖ୍ୟ କାରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ, ସାମଗ୍ରୀର ବିଶ୍ୱସ୍ତରୀୟ ମାନକୁ ଧ୍ୟାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ରପ୍ତାନୀ ପୁରସ୍କାର ପାଇଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ଏକାଠି ମିଶି ଓଡ଼ିଶାକୁ ଦେଶରେ ଏକ୍ସପୋର୍ଟ ହବ୍ କରିପାରିବା ବୋଲି ସେ କହିଛନ୍ତି । ବିଭିନ୍ନ ବିଭାଗରେ ମୋଟ ୨୬ ଜଣ ରପ୍ତାନୀକାରୀଙ୍କୁ ପୁରସ୍କୃତ କରାଯାଇଛି ।

Leave a Reply