ଝାରସୁଗୁଡ଼ା ଲହଣ୍ଡାବୁଡ଼ ଟିପିଏସଏଲ କମ୍ପାନୀରେ ଅଘଟଣ, ବ୍ଲାଷ୍ଟ ଫରନେନ୍ସ ଫାଟି ୭ ଗୁରୁତର

explosion in jharsuguda TPSL company, 7 injured

ଝାରସୁଗୁଡ଼ା: ଝାରସୁଗୁଡ଼ା ଲହଣ୍ଡାବୁଡ଼ସ୍ଥିତ ଟିପିଏସଏଲ କମ୍ପାନୀରେ ବ୍ଲାଷ୍ଟ ଫରନେନ୍ସ ଫାଟି ୭ ଜଣ ପୋଡି ହୋଇ ଗୁରୁତର ହୋଇଛନ୍ତି। ସମସ୍ତେ ଝରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେଥିମଧରୁ ତିନି ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ୭ ଜଣ ପୋଡି ହୋଇ ଗୁରୁତ୍ୱର ହୋଇଛନ୍ତି ।

ଆଜି  ୧୨ଟା ପରେ  ହଠାତ୍ କମ୍ପାନୀରେ ବ୍ଲାଷ୍ଟ ହୋଇଥିଲା । ବ୍ଲାଷ୍ଟର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ୭ ଜଣଙ୍କ ମଧ୍ୟରୁ ଗୁରୁତ୍ୱର ଥିବା ୩ ଜଣ ଶ୍ରମିକଙ୍କୁ ରାଉରକେଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି । ଏହି ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ପ୍ରଥମେ ରାଉରକେଲା ପଠାଯାଇଛି । ପରେ ଅନ୍ୟମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଟିପିଏସଏଲ କମ୍ପାନୀରେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା । କମ୍ପାନୀ କର୍ତ୍ତୃପକ୍ଷର ଅବହେଳା ଯୋଗୁଁ ପୁଣି ଆଜି ଏଭଳି ଘଟଣା ଘଟିଛି । ପ୍ଲାଣ୍ଟର ଶ୍ରମିକ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ସେଠାରେ ଏଭଳି ଅଘଟଣ ଘଟିଥିଲା । କମ୍ପାନୀର ସୁରକ୍ଷା ବ୍ୟବସ୍ଥା ଭଲ ନଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏଜି ପ୍ଲାଣ୍ଟର ସେହି ୟୁନିଟ୍ ରେ ହାରାହାରି ୯ ଜଣ କାମ କରୁଥିଲେ । ତେବେ ୯ ଜଣଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି । ଏଯାଏଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ସେଥିପାଇଁ  ଅଘଟଣର କାରଣ ସଂପର୍କରେ ବିସ୍ତୃତ ବିବରଣୀ ମିଳି ପାରିନାହିଁ ।

Leave a Reply