ପରିସ୍ଥିତି ଦେଖି ନିର୍ଦ୍ଦିଷ୍ଟ ଜିଲ୍ଲା କିମ୍ୱା ଅଞ୍ଚଳକୁ ଲକ୍‌ଡାଉନ୍ କରାଯିବ କି?

1 min read

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟର ୪ ଜିଲ୍ଲା ଓ ରାଉରକେଲା ସହରରେ ଲକ୍‌ଡାଉନ୍ ସରିବ । ଶନିବାର ଆରମ୍ଭ ହେବ ଅନ୍‌ଲକ୍‌-୩ । କେନ୍ଦ୍ର ସରକାର ଏନେଇ ଗାଇଡ୍‌ଲାଇନ୍‌ ଜାରି କରିସାରିଛନ୍ତି  । କେମିତି ରହିବ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌। ସେପଟେ କରୋନା ନିୟନ୍ତ୍ରଣ ପାଇଁ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ବିଜେଡି ଓ ବିଜେପି ସ୍ୱାଗତ କରିଛନ୍ତି । କଂଗ୍ରେସ ସ୍ୱାଗତ କରିଥିଲେ ମଧ୍ୟ ତରିକାକୁ ପସନ୍ଦ କରିନାହିଁ ।

ଅଗଷ୍ଟ ୧ରୁ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌ ୩  । କିନ୍ତୁ ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ? ପରିସ୍ଥିତି ଦେଖି ନିର୍ଦ୍ଦିଷ୍ଟ ଜିଲ୍ଲା ବା ଅଞ୍ଚଳକୁ ଲକ୍‌ଡାଉନ୍ କରାଯିବ କି ? କରୋନା ନିୟନ୍ତ୍ରଣକୁ ନଆସିଲେ, ସପ୍ତାହର ନିର୍ଦ୍ଦିଷ୍ଟ‌ ଦିନ ନିର୍ଦ୍ଦିଷ୍ଟ ଅଞ୍ଚଳ ସଟ୍‌ଡାଉନ୍‌ ହେବ କି ? ତେବେ କରୋନା ସ୍ଥିତିକୁ ରାଜ୍ୟ ସରକାର ଉପଯୁକ୍ତ ସମୟରେ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । ଆଗକୁ ବି ନେବେ । କରୋନା ମୁକାବିଲା ପାଇଁ ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ସ୍ୱାଗତ କରିଛନ୍ତି ବିଜେଡି ଓ ବିଜେପି । ଆଗକୁ ଆହୁରି ପଦକ୍ଷେପ ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ପରାମର୍ଶ ପ୍ରଦାନ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ରାଜ୍ୟ ସରକାର କଣ କରିଛନ୍ତି ଓ କଣ କରିବାକୁ ଯାଉଛନ୍ତି ସେ କଥା କହିଲେ । କିନ୍ତୁ ବିଧାୟକମାନଙ୍କ ମତାମତ ଠିକ୍‌ଭାବେ ନିଆଯାଇ ନଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

କଂଗ୍ରେସ ଅଭିଯୋଗ ଉପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିରୋଧୀଙ୍କ ଆଭିମୁଖ୍ୟ ଆଲୋଚନା ନକଲେ କହିବେ ଓ କଲେ ଠିକଭାବେ ହେଉନାହିଁ ବୋଲି ଅଭିଯୋଗ ଆଣିବେ । ତେଣୁ ଆବଶ୍ୟକତା ଅନୁସାରେ ରାଜ୍ୟ ସରକାର ସବୁ ପଦକ୍ଷପ ନେଉଥିବା ଦେବୀ ପ୍ରସାଦ ମିଶ୍ର କହିଛନ୍ତି । କରୋନା ସଂକ୍ରମଣ ଆରମ୍ଭରୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ନୀତିରେ ରାଜ୍ୟ ସରକାର କାମ କରୁଛନ୍ତି ।

Leave a Reply