Bihar EXIT POLL Effect: ଫାଙ୍କା ହେଲାଣି ବିଜେପି ପାର୍ଟି ଅଫିସ, ପୂରା ଖାଁ ଖାଁ …

ପାଟନା: ବିହାର ବିଧାନସଭା ନିର୍ବାଚନ ସରିଛି । ହେଲେ ଫଳାଫଳ ଆସିନାହିଁ । ହେଲେ ବୁଥ୍ ବାହୁଡା ମତ ଆସିଗଲାଣି । ତାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ୨୦୧୫ରେ ଏନଡିଟିଭି ଭାଜପା ନେତୃତ୍ୱାଧୀନ ମେଣ୍ଟ ବିହାରରେ ସରକାର କରିବ ବୋଲି କହିଥିଲା । ହେଲେ ତାହା ହୋଇ ନ ଥିଲା । ସେଠାରେ ମହାମେଣ୍ଟ ସରକାର କରିଥିଲା । ଏହା ପରେ ସେହି ସଂସ୍ଥାର କର୍ତ୍ତୃପକ୍ଷ ଭୁଲ୍ ମାଗିଥିଲେ । ଏହା ପରଠାରୁ ଏନଡିଟିଭି କୌଣସି ଏକଜିଟ୍ ପୋଲ ନ କରି ପୋଲ ଅଫ ପୋଲ୍ସ କରି ଆସୁଛି ।

Bihar Election 2020 Ends, After Few Times Exit Poll

୨୦୧୮ ମସିହାରୁ ବିଭିନ୍ନ ସଂଖ୍ୟା ଦ୍ୱାରା କରାଯାଉଥିବା ଜନମତ ସର୍ଭେ ପ୍ରାୟ ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ତେଣୁ ବିହାରକୁ ନେଇ ଆସିଥିବା ଜନମତ ସତ ହେବ ବୋଲି ପ୍ରାୟତଃ ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ବିହାରରେ ବିଜେପି ସମର୍ଥିତ ଏନଡିଏ ସରକାର ଗଢି ନ ପାରେ । ଏକ୍ସିଟ୍ ପୋଲ୍ ଏକ୍ସାଟ ହୋଇ ନାହିଁ । ହେଲେ ମନରେ ଛନକା ପଶି ଗଲାଣି । ଏହାର ପ୍ରଭାବ ପାଟନାସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ।

ନଭେମ୍ବର ୭ରେ ଏକଜିଟ୍ ପୋଲ ପ୍ରକାଶ ପାଇବା ପରେ ବିଜେପି ଅଫିସ ରବିବାର ଖାଁ ଖାଁ ରହିଥିବା ନଜର ଆସିଥିଲା । କେତେକ ଦିନ ପୂର୍ବରୁ କରୋନା କାଳରେ ମଧ୍ୟ ଏଠାରେ ଗହଳ ଚହଳ ଲାଗି ରହୁଥିଲା । ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ହେଲେ ଏକ୍ସିଟ ପୋଲ ପରେ ଏହାକୁ ବିଜେପି ସମର୍ଥକମାନେ ଏକରକମର ବିଶ୍ୱାସ କରିବାକୁ ଲାଗିଲେଣି । ତେଣୁ ରବିବାର ସକାଳୁ ବିଜେପି ଅଫିସର ଗତିବିଧି ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ନଜର ରଖିଥିଲେ । ସାରା ଦିନ ବିଜେପି ଅଫିସରେ ଫାଙ୍କା ରହିଥିଲା । କୌଣସି ବଡ଼ ନେତା ଅଫିସ ଆସି ବୁଲିବା ଦେଖା ଯାଇ ନ ଥିଲା ।

 

Leave a Reply