ବର୍ଷାଙ୍କ ଭିନ୍ନ ପ୍ରୟାସ, ଆୟୋଜିତ ହୋଇଛି ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପ୍ରଦର୍ଶନୀ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ‘ସମ୍ମାନିତା’ ଏବଂ ଦ କ୍ଲିକ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ “ଦିବ୍ୟାଙ୍ଗ ପିଲାଙ୍କ ଦ୍ୱାରା ନିର୍ମିତି ହସ୍ତର୍ଶିଳ୍ପର ପ୍ରଦର୍ଶନୀ ଆୟାଜିତ ହୋଇଯାଇଛି। ପ୍ରତିଭାବାନ ଦକ୍ଷ ଦିବୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିବା ପାଇଁ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହା ଦ୍ୱାରା କଟକ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା 10 ଟି ବିଦ୍ୟାଳୟର ପିଲାମାନେ ବିକ୍ରୟ ପାଇଁ ଚିତ୍ର, ମାଟି ତିଆରି ଜିନିଷ, ଏମ୍ବ୍ରୋଡୋରୀ ଏବଂ ଅନ୍ୟାନ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । 24 ଜାନୁଆରୀ 2021 ରବିବାର ଦିନ 10 ଟା ସମୟରର ଟାଉନହଲ ଚୌଧୁରୀ ବଜାର, କଟକ ଠାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର, କମିଶନର ଜିଏସଟି ପୁରଣ, ପ୍ରକାଶ ବେହେରା, ରାମ କୃଷ୍ଣ ରଥ , ଦୀପା ସାହୁ, ସଭାପତି,ସମ୍ମାନିତା, ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତି ମହାନ୍ତି ପ୍ରମୁଖ ଯୋଗଦେଇ ସଫଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପାଇଁ ଅନେକ ପ୍ରଶଂସା ଏବଂ ପୁରସ୍କାର ଜିତିଥିବା ଖ୍ୟାତନାମା ଓଡ଼ିଆ କୋରିଓଗ୍ରାଫର ହରିହର ଦେଓଙ୍କୁ ସମ୍ମାନିତ କରାଯାଇଥିଲା ।

 

କାର୍ଯ୍ୟକ୍ରମକୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପାଳନ କରାଯାଇଥିଲା । ଏଥିରେ ପାଖାପାଖି ୮୦ ଜଣ ଦିବ୍ୟାଙ୍ଗ ପିଲା ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଚିତା ଏବଂ ରଙ୍ଗୋଲି ପ୍ରତିଯୋଗିତା ରଖିଯାଇଥିଲା ବେଳେ ଦିବ୍ୟାଙ୍ଗଙ୍କୁ ପ୍ରୋତ୍ସାହିତ କରିବା ରହିଥିଲା ମୁଖ୍ୟ ଉଦେଶ୍ୟ । ଯେଉଁଥିପାଇଁ ଦିବ୍ୟାଙ୍ଗ କୋରିଓଗ୍ରାଫର ହରିହର ଦେଓଙ୍କୁ ସମ୍ମାନିତ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

Leave a Reply