‘ବିନା ଲୋନରେ ନିର୍ବାହୀ ଯନ୍ତ୍ରୀଙ୍କ ୪୮ ଫ୍ଲାଟ୍‌ ବିଶିଷ୍ଟ ଆପାର୍ଟମେଣ୍ଟ, ସମ୍ପତ୍ତି ୬ କୋଟିରୁ ଉର୍ଦ୍ଧ୍ୱ’

1 min read
Engineer Vigilance raid

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜିପିଏଚ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଏକାକାଳିନୀ ୬ଟି ଜାଗାରେ ରେଡ୍ କରିଛି ଭିଜିଲାନ୍ସ ସେଲ୍ । ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଦୁଇ ମହଲା କୋଠା, ଅଫିସ୍‌ ତଥା ବାଲିଅନ୍ତା ଓ ବ୍ରହ୍ମପୁରରେ ଥିବା ପୈତୃକ ବାସବଭନରେ ଚଢାଉ କରିଛି ଟିମ । ନୟାପଲ୍ଲୀର ଦୁଇ ମହଲା କୋଠରେ ଭିଜିଲାନ୍ସ ଏସପି ପହଞ୍ଚି ଛାନଭିନ କରିଛନ୍ତି । ରେଡ୍‌ ବେଳେ ରବିନ୍ଦ୍ରନାଥ ପ୍ରଧାନଙ୍କ ପୁଅ ରସମିତ୍ ପ୍ରଧାନଙ୍କ ନାମରେ ଏକ ବିଲଡର ସଂସ୍ଥା ରହିଥିବା ଜଣାପଡ଼ିଛି । ସେ ବାଲିଅନ୍ତା କୋଞ୍ଚିଲ ନୂଆଗାଁରେ ଏକ ବିଲ୍ଡିଂ ବା ଆପାର୍ଟମେଣ୍ଟ ନିର୍ମାଣ କରିଛନ୍ତି । ବିନା ଲୋନରେ ଏହି ୪୮ଟି ପ୍ଳାଟ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣଧୀନ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହା ସହିତି ଟଙ୍କା, ସୁନା ଅଳଙ୍କାର, ଗାଡି ମୋଟର, ବ୍ୟାଙ୍କ ଡିପୋଜିଟ ମଧ୍ୟ ଠାବ କରିଛି ଟିମ । ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ରନାଥ ପ୍ରଧାନଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ ।

VIGILANCE

ରବିନ୍ଦ୍ର କୁମାର ପ୍ରଧାନଙ୍କ ୬ କୋଟି ୫୩ ଲକ୍ଷ ୮୬ ହଜାର ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଆପାର୍ଟମେଣ୍ଟର ମୂଲ୍ୟ ୪ କୋଟି ୪ ଲକ୍ଷ ୨୮ ହଜାର ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ୍‌ । ଖାଲି ସେତିକି ନୁହେଁ ୭୨ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ୍‌ ଥିବା ଜଣାପଡ଼ିଛି । ଘରୁ ନଗଦ ୨୫ ହଜାର ୯୪୦ ଟଙ୍କା ମିଳିଛି ।

VIGILANCE

ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରାଙ୍କ ଘରେ ଭିିଜିଲାନ୍ସ ଚଢ଼ାଉ କରିଛି । ବଡ଼ଖମାର ଗାଁର ଲକ୍ଷ୍ମଣ ମହାନ୍ତଙ୍କଠାରୁ ସୁବଳୟା ପଶୁ ଡାକ୍ତରଖାନାର ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲକ୍ଷ୍ମଣଙ୍କ ଗାଈ ଗୁହାଳ ପାଇଁ ଏକ ପ୍ରମାଣ ପତ୍ର ଦେବା ନାଁରେ ପ୍ରାଣୀ ଚିକିତ୍ସକ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଲକ୍ଷ୍ମଣ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ଟଙ୍କା ନେବା ବେଳେ ସୋନପୁର, ବଲାଙ୍ଗିର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ପ୍ରଣୀ ଚିକିତ୍ସକ ପ୍ରିୟବ୍ରତ ବେହେରାଙ୍କୁ ଗିରଫ କରିଛି । ତାଙ୍କୁ ସୋନପୁର ଭିଜିଲାନ୍ସ କାର୍ୟ୍ୟାଳୟକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି ।

Leave a Reply