ସାଲିଆ ସାହିରେ ଅବକାରୀ ଚଢ଼ାଉ, ୯ ଗିରଫ

ଭୁବନେଶ୍ୱର: ସାଲିଆ ସାହିରେ ଅବକାରୀ ଚଢ଼ାଉ । ୫ଶହ ଲିଟର ଦେଶୀ ମଦ ଜବତ, ୫ହଜାର ଲିଟର ପୋଚ ନଷ୍ଟ । ଘଟଣାରେ ୯ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଭୁବନେଶ୍ୱର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ୱାଡର ମିଳିତ ଚଢ଼ାଉ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଅନେକ ଥର ଚଢାଉ କରାଯାଇ ଦେଶୀ ମଦ ଓ ପୋଚ ନଷ୍ଟ କରାଯାଇଛି । ତଥାପି ସୁଧୁରିବା ପରିବର୍ତ୍ତେ ଅଧିକ ପରିମାଣରେ ମଦ ରାନ୍ଧୁଛନ୍ତି ବସ୍ତି ବାସିନ୍ଦାମାନେ ।

ତେବେ ଏସବୁକୁ ମୂଳପୋଛ କରିବାକୁ ଅଣ୍ଟା ଭିଡ଼ିଛି ଅବକାରୀ ବିଭାଗ । ପୂର୍ବଥର ଏହାକୁ ନେଇ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ୯ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ପୂର୍ବରୁ ସାଲିଆ ସାହି, ନୀଳଚକ୍ର ନଗର ଓ ଲୈଲା ସ୍କୁଲ ଅଞ୍ଚଳରେ ଚଢ଼ାଉ କରି ୫ଶହ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲା ଅବକାରୀ ବିଭାଗ । ଏହାସହ ୩ ହଜାର ଲିଟର ପୋଚ୍‌ ମଧ୍ୟ ନଷ୍ଟ କରାଯାଇଥିଲା । ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇଥିଲା ।

Leave a Reply