ମାତ୍ରାଧିକ ବିୟର ପିଇବା ପଡିପାରେ ମହଙ୍ଗା, ପିତୃତ୍ୱ ପାଇଁ ହେବ ସମସ୍ୟା, ରିସର୍ଚ୍ଚ କହିଲା ଏମିତି କଥା…..

Excessive Beer Drinking causes Harmon Imbalance.

ସବୁ ବର୍ଗର ଲୋକଙ୍କ ମଧ୍ୟରେ ବିୟର ଚାହିଦା ରହିଛି  । ବିଶ୍ୱରେ ବିୟର ସବୁଠାରୁ ଅଧିକ ବିକ୍ରି ହେଉଥିବା ମଦ । ତେବେ ବିୟରକୁ ନେଇ ଏକ ଚିନ୍ତାଜନକ ଖବର ପ୍ରକାଶ ପାଇଛି । ବୌଜ୍ଞାନିକମାନଙ୍କ ରିସର୍ଚ୍ଚ ଅନୁଯାୟୀ ଅଧିକ ବିୟର ପିଉଥିବା ବ୍ୟକ୍ତି ପୁରୁଷତ୍ୱ ହରାନ୍ତି ଓ ପିତା ହେବାର ସୁଖରୁ ବଞ୍ଚିତ ହୁଅନ୍ତି । ଶୁକ୍ରାଣୁ ସୃଷ୍ଟି କରିବାର କ୍ଷମତା ବିୟର ପିଉଥିବା ଲୋକଙ୍କ କ୍ଷେତ୍ରରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ତେବେ କେବଳ ମାତ୍ରାଧିକ ବିୟର ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଯାଇଥାଏ ବୋଲି ରିସର୍ଚ୍ଚ କହିଛି ।

beer-glasses

ମାତ୍ରାଧିକ ବିୟର ପିଇବା ଫଳରେ ଶରୀରରେ ଏକ ରସାୟନ ପଦାର୍ଥ ସୃଷ୍ଟି ହୁଏ, ଯାହା ପୁରୁଷ ଟେଷ୍ଟୋଷ୍ଟେରୋନକୁ ମହିଳା ସେକ୍ସ ହରମୋନ୍ ଏଷ୍ଟ୍ରୋଜନରେ ପରିବର୍ତ୍ତିତ କରିଥାଏ । ଏଭଳି ହେବା ଦ୍ୱାରା ପିତୃତ୍ୱ ଲାଭ କରିବାରେ ମଧ୍ୟ ସମସ୍ୟା ହୁଏ । ଅନ୍ୟପକ୍ଷରେ ବିୟର ପାନ କରିବା ଦ୍ୱାରା ଶରୀର ଚର୍ବିର ମାତ୍ରା ମଧ୍ୟ ବଢୁଛି । ଏବଂ ପେଟରେ ଚର୍ବି ଅଧିକ ହେବା ଫଳରେ ପୁରୁଷଙ୍କର ପିତା ହେବାର ସୁଯୋଗ ୧୦ ପ୍ରତିଶତ ହ୍ରାସ ପାଇଥାଏ । ପେଟରେ ଦୁଇ ପାର୍ଶ୍ୱରେ ଚର୍ବି ଜମିଲେ ମଧ୍ୟ ଏହା ପୁରୁଷତ୍ୱ ଉପରେ ପ୍ରଭାବ ପକାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି ।

Leave a Reply