କମିଶନରେଟ୍ ପୋଲିସର ‘ଶୋଲେ’ କାର୍ଟୁନ: କମିଶନର କହିଲେ,କରୋନା ଯୋଦ୍ଧାଙ୍କ ପ୍ରତି ରହିଛି ସମ୍ମାନ

1 min read

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଭୂତ ଟ୍ୱିଟକୁ ନେଇ ସମାଲୋଚନା ଥମିନି । ଆଉ ଏକ ଟ୍ୱିଟ୍ କରି ବିବାଦକୁ ବଢ଼ାଇଛନ୍ତି ପୋଲିସ କମିଶନର  ।   ସନ୍ଧ୍ୟା ୭ଟା ପରେ ବାହାରୁଥିବା ସମସ୍ତେ ଭୂତ । କମିଶନରେଟ୍ ପୋଲିସର କାର୍ଟୁନକୁ ତୀବ୍ର ସମାଲୋଚନା କରାଯାଉଛି ।

ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

ଏପରିକି କମିଶନରେଟ୍ ପୋଲିସ ମନ୍ଦିର ମାଳିନୀ ସହରକୁ ଭୂତ ସହର କହିବାକୁ ଲୋକେ ପସନ୍ଦ କରିନଥିଲେ । ବିଂଶ ଶତାବ୍ଦୀରେ କମିଶନରେଟ୍ ପୋଲିସ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଅନେକ କମେଣ୍ଟ ଦେଇଛନ୍ତି । କରୋନା ଯୋଦ୍ଧା ରାତି ୭ଟା ପରେ ମଧ୍ୟ କାମ କରୁଥିବା ବେଳେ ସେମାନଙ୍କୁ ଭୂତର ଆଖ୍ୟା ଦେବା ନେଇ ସୋସିଆଲ୍ ମିଡିଆରେ ଲୋକେ କମିଶନରେଟ୍ ପୋଲିସକୁ ପ୍ରଶ୍ନ କରିଥିଲେ । ବୁଲେଇ ବଙ୍କେଇ ଏହାର ଉତ୍ତର ରଖିଛନ୍ତି ସିପି । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଏହାକୁ ନେଇ ପ୍ରଶ୍ନ ଉଠିବା ଅନୁଚିତ୍ ବୋଲି ଲେଖିଛନ୍ତି । ଆମେ ଜରୁରୀକାଳୀନ ସେବାରେ ନିୟୋଜିତ ଲୋକ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନ ଜଣାଉଥିବା ଲେଖିଛନ୍ତି ।

କିନ୍ତୁ, ପୋଲିସ ବ୍ୟତୀତ ଆଉ କିଏ କରୋନା ଯୋଦ୍ଧା ? କରୋନା ଯୋଦ୍ଧା ସନ୍ଧ୍ୟା ୭ଟା ପରେ ରାସ୍ତାକୁ ବାହାରିଲେ ସେମାନେ କଣ ଭୂତ ? ଏସବୁ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । କେବଳ ଟ୍ୱିଟ୍ ପରେ ଟ୍ୱିଟ୍ କରି ଅନଲାଇନରେ ଆଇନ୍ କାନୁନର ପାଠ ପଢ଼ାଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

Leave a Reply