୪୦ ଦିନ ପରେ ଜାମିନ୍ ପାଇଲେ ଚିଦାମ୍ବରମ୍, ଏବେବି ୨୪ ଯାଏଁ ରହିବେ ଇଡି ହେପାଜତରେ

1 min read

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଜାମିନ୍ ମିଳିଛି । ଆଇଏନଏକ୍ସ ମିଡିଆ ଡିଲ୍ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଚିଦାମ୍ବରମଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ୫ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ସେ ଜେଲରେ ଥିଲେ । ବାରମ୍ବାର ତାଙ୍କ ଜାମିନ୍ ଆବେଦନ ତଳ କୋର୍ଟ ଓ ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା । ସାକ୍ଷୀଙ୍କୁ ପ୍ରଭାବିତ କରିବାର କ୍ଷମତା ତାଙ୍କ ପାଖରେ ଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା ସିବିଆଇ । ଏ ମାମଲାରେ ସିବିଆଇ କୋର୍ଟରେ କିଛିଦିନ ତଳେ ଚାର୍ଜସିଟ୍ ଦାଖଲ କରିଥିଲା ।

ସେଥିରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମେତ ୧୪ ଜଣଙ୍କୁ ପକ୍ଷଭୁକ୍ତ କରିଥିଲା । ଏବେ ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ୍ ଜାମିନ୍ ପାଇଥିଲେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି । ସେଠାରେ ସେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରହିବେ । ପ୍ରତିଦିନ ଅଧଘଣ୍ଟାଏ ପାଇଁ ପରିବାର ଲୋକଙ୍କୁ ସାକ୍ଷାତ କରିବାର ଅନୁମତି ଦେଇଛନ୍ତି କୋର୍ଟ । ମାତ୍ର ଏୟାରକଣ୍ଡିସନ୍ ରୁମରେ ରହିବାର ନିବେଦନକୁ ଖାରଜ କରିଛନ୍ତି କୋର୍ଟ । ସିବିଆଇ ମାମଲାରେ ଜାମିନ୍ ପାଇବା ପରେ ବି ଜେଲରୁ ମୁକୁଳିପାରିବେ ନାହିଁ ଯେ ପର୍ଯ୍ୟନ୍ତ ସେ ଇଡି ମାମଲାରେ ଜାମିନ୍ ପାଇନାହାନ୍ତି । ')}

Leave a Reply