ସମୁଦ୍ର ପତନଠାରୁ ଦୁଇ ହଜାର ଫୁଟ ଉଚ୍ଚରେ କୂଅ, ତଥାପି ହାତ ପହାନ୍ତାରେ ମିଳୁଛି ପାଣି

କନ୍ଧମାଳ: ଡହ ଡହ ଖରେ ବି ଶୁଖେନି କୂଅ । ଯେତେବେଳେ ସବୁ କୂଅ ଶୁଖି ଯାଇଥାଏ ସେବେଳେ ସାହାରା ପାଲଟେ ଏହି କୂଅ । କେବେ କୂଅ ଶୁଖିଥିଲା ତାହା କେହି କହିପାରନ୍ତି ନାହିଁ କାରଣ ଏହି କୂଅ କେବେ ଶୁକିନାହିଁ । କୂଅର ନାଁ ରାଜା କୂଅ । ରାଜାଙ୍କ ପାଖକୁ ଗଲେ ଜେମିତି ଲୋକଙ୍କର ମନସ୍କାମନା ପୁରଣ ହୋଇଥାଏ ଠିକ ସେମିତି ଏହି କୂଅଟି ବର୍ଷ ବର୍ଷ ଧରି ଗାଁ ଲୋକଙ୍କ ସେବା କରିଆସୁଛି । ଏମିତି ଏକ ଅଦଭୂତ କୂଅ ରହିଛି କନ୍ଧମାଳ ଜିଲ୍ଲାରେ ।

ପାହଡ ଊପରେ କୂଅ ରହିଛି ।ସମୁଦ୍ର ପତନଠାରୁ ଦୁଇ ହଜାର ଫୁଟ ଉଚ୍ଚରେ । ହେଲେ ହାତ ପାହାନ୍ତାରେ ମିଳୁଛି ପାଣି । ଫୁଲବାଣୀ ଠାରୁ ୨୩ କିଲୋମିଟର ଦୂରରେ ରହିଛି ଏମିତି ଏକ ଅଦ୍ଭୁତ କୂଅ । ନାଁ ରାଜା କୂଅ । କୌଣସି ରାଜବାଟୀରେ ନୁହେଁ, ପାହାଡ଼ ଉପରେ ଦେଖିବାକୁ ମିଳୁଛି ଏମିତି ଚମତ୍କାର । ରାଣୀ ପଥର ପାହାଡ଼ ଉପରେ ଏହି କୂଅ ବାରମାସ ମଧ୍ୟରେ କେବେ ଶୁଖେ ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ତଥାପି ପ୍ରକୃତିର ଏହି ଚମତ୍କାର ଦେଖିବାକୁ ଲୋକେ ଏଠାକୁ ଆସନ୍ତି ।

ବ୍ରିଟିଶ ଶାସନ ସମୟରେ ବୌଦ୍ଧର ରାଜା ଏହାକୁ ନିର୍ମାଣ କରିଥିବା ଲୋକେ କହନ୍ତି । କେହିକେହି ଏହାକୁ ରାଜା କୂଅ କହୁଥିବା ବଳେ କେହି ଗୋଲେଇ ଓ ମାଙ୍କଡା କୁଅ ମଧ୍ୟ ଡାକନ୍ତି । ଜଙ୍ଗଲ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି । ଅନେକ ସମୟରେ ପାହାଡ ଦେଇ ଯାଉଥିବା ଯାତ୍ରୀଙ୍କ ଶୋଷ ମେଣ୍ଟାଉଛି ଏହି କୂଅ ।

Leave a Reply