ଏମିତି ଏକ ଦେଶ ଯେଉଁଠି ଏବେ ବି ଚାଲିଛି ୨୦୧୪, କ୍ୟାଲେଣ୍ଡରରେ ରହିଛି ୧୩ ମାସ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ୨୦୨୦ କୁ ବିଦାୟ ଦେଇ ୨୦୨୧କୁ ଆପଣେଇଛି । ଅନ୍ୟ ପଟେ କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ଅଲଗା। ଆମେ ଯେଉଁ ବର୍ଷକୁ ପଛରେ ଛାଡ଼ିଦେଇ ଆସିଛି ସେହି ବର୍ଷ ଏବେ ମଧ୍ୟ ଜାରି ରହିଛି। ସମଗ୍ର ବିଶ୍ୱ ୨୦୨୧କୁ ସ୍ୱାଗତ କରିଥିବା ବେଳେ ବିଶ୍ୱ ଭିତରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଏବେ  ୨୦୧୪ ବର୍ଷ ଜାରି ରହିଛି। ସେହି ଦେଶ ହେଉଛି ଆଫ୍ରିକୀୟ ଦେଶ ଇଥିଓପିଆ। ଏଠାରେ କ୍ୟାଲେଣ୍ଡର ବିଶ୍ୱର କ୍ୟାଲେଣ୍ଡର ଠାରୁ ୭ରୁ ୮ ବର୍ଷ ପଛରେ ରହିଛି। ଖାଲି କ୍ୟାଲେଣ୍ଡରେ ଏହି ଦେଶ ଅଲଗା ନୁହେଁ। ଏମିତି ଅନେକ କଥା ରହିଛି ଯାହା ଏଠାରେ ସାଧାରଣ ଠାରୁ ବହୁତ ଭିନ୍ନ। ଯେପରିକି ଏଠାରେ ଗୋଟିଏ ବର୍ଷରେ ୧୨ ବଦଳରେ ୧୩ ମାସ ରହିଥାଏ। ତେବେ ସମସ୍ତଙ୍କ ମନରେ ଏବେ ଐକ ପ୍ରଶ୍ନ ଉଙ୍କି ମାରୁଥିବ। ବର୍ଷ ଏବଂ ସମୟ ଦୃଷ୍ଟିରୁ ଏହି ଦେଶ ଏତେ ଭିନ୍ନ କାହିଁକି ?

୮୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ବେଶ ଜଣାଶୁଣା ଇଥିଓପିଆ ଦେଶ । ତେବେ ଏହି ଦେଶର ନିଜସ୍ୱ କ୍ୟାଲେଣ୍ଡର ଅଛି । ଯାହା ଗ୍ରେଗୋରିଆନ୍ କ୍ୟାଲେଣ୍ଡରର ପ୍ରାୟ ସାଢ଼େ ୮ ବର୍ଷ ପଛରେ ରହିଛି । ଆଉ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି । ଏଠାରେ ନୂଆ ବର୍ଷ ଜାନୁଆରୀ  ୧ ପରିବର୍ତ୍ତେ ପ୍ରତ୍ୟେକ ୧୩ ମାସ ପରେ ସେପ୍ଟେମ୍ବର ୧୧ ରେ ପାଳନ କରାଯାଏ।

ଯଦି ଦେଖିବା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ୧୫୮୨ରେ ଆରମ୍ଭ ହୋଇଥିଲା । ଏବଂ ଏହାର ପୂର୍ବରୁ ଜୁଲିଆନ୍ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ସମାଜର ପରିବର୍ତ୍ତନ ସହ କ୍ୟାଥୋଲିକ୍ ଚର୍ଚ୍ଚ ଗ୍ରହଣ କରୁଥିବା ଦେଶଗୁଡ଼ିକ ନୂତନ କ୍ୟାଲେଣ୍ଡରକୁ ଗ୍ରହଣ କରିଥିବାବେଳେ ଅନେକ ଦେଶ ଏହାକୁ ବିରୋଧ କରୁଥିଲେ। ଯେଉଁମାନଙ୍କ ମଧ୍ୟରେ ଇଥିଓପିଆ ଦେଶ ମଧ୍ୟ ଥିଲା।

କିନ୍ତୁ ଇଥିଓପିଆରେ ରୋମାନ ଚର୍ଚ୍ଚର ଛାପ ରହିଥିଲା । ତାହା ହେଉଛି ଇଥିଓପିଆର ଧର୍ମଗୁରୁ ବିଶ୍ୱାସ କଲା ଯେ ଯୀଶୁ, ଖ୍ରୀଷ୍ଟପୂର୍ବ ୭ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ଏବଂ ଯେଉଁଥିପାଇଁ ସେହି ଅନୁଯାୟୀ ଇଥିଓପିଆରେ କ୍ୟାଲେଣ୍ଡର ଗଣିବାକୁ ଲାଗିଲା। ସେହି ସମୟରେ, ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏଡି୧ ରେ ଉଲ୍ଲେଖ କରାଯାଇଛି। ଆଉ ଏଥିପାଇଁ ସମସ୍ତ ଦେଶ ୨୦୨୧ର ବର୍ଷ ଆରମ୍ଭ କରିଥିବା ବେଳେ ଇଥିଓପିଆର କ୍ୟାଲେଣ୍ଡର ୨୦୧୪ରେ ଅଟକି ରହିଛି ।

ଇଥିଓପିଆର କ୍ୟାଲେଣ୍ଡରରେ ଗୋଟିଏ ବର୍ଷରେ ୧୩ ମାସ ରହିଥାଏ। ଶେଷ ମାସକୁ ପାଗ୍ୟୁମ କୁହାଯାଏ । ଏହି ମାସ ଅନ୍ୟ ୧୨ ଟି ମାସ ଠାରୁ ବହୁତ ଛୋଟିଆ ମାସ । ପାଗ୍ୟୁମ ବା ୧୩ ମାସରେ ମାତ୍ର ୫ରୁ ଦିନ ରହିଥାଏ । ବର୍ଷକ ମଧ୍ୟରେ କୌଣସି କାରଣରୁ ଗଣତିରେ ଆସୁନଥିବା ଦିନକୁ ଯୋଡ଼ି ଏହି ମାସ ସୃଷ୍ଟି କରାଯାଇଛି ।

ଇଥିଓପିଆର ଲୋକମାନେ ତାଙ୍କର କ୍ୟାଲେଣ୍ଡର ଏବଂ ସେମାନଙ୍କର ବିଶ୍ୱାସ ପାଇଁ କୌଣସି ପର୍ଯ୍ୟଟକ ଯେମିତି ହଇରାଣ ନହୁଅନ୍ତି ସେଥିପାଇଁ ବିଶେଷ ଧ୍ୟାନ ଦିଅନ୍ତି । କିନ୍ତୁ ଇଥିଓପିଆ ପରିଦର୍ଶନ କରୁଥିବା ଯାତ୍ରୀମାନଙ୍କୁ ହୋଟେଲ ବୁକିଂ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାଗୁଡ଼ିକରେ ଏହି କ୍ୟାଲେଣ୍ଡର ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଏହି ଦେଶର ଅନ୍ୟାନ୍ୟ ବିଶେଷତା ରହିଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ପୁରା ବିଶ୍ୱ ଠାରୁ ବୁଲିବାକୁ ଅଧିକ ଜାଗା ରହିଛି ।  ଉଦାହରଣ ସ୍ୱରୂପ ୟୁନେସ୍କୋ ବିଶ୍ୱଐତିହ୍ୟ ସ୍ଥଳରେ ଇଥିଓପିଆର ସର୍ବାଧିକ ସ୍ଥାନ ରହିଛି । ଦୁନିଆର ସବୁଠାରୁ ଗଭୀର ଗୁମ୍ଫା ଏବଂ ଲମ୍ବା ଗୁମ୍ଫା । ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ ଏବଂ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନେକ ସମ୍ପତ୍ତି ରହିଛି। ଯେଉଁଥିପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏଠାକୁ ଆସନ୍ତି।

Leave a Reply