NCB ଅଫିସରେ ପହଞ୍ଚିଲେ ଶ୍ରଦ୍ଧା କପୁର, ସାମ୍ନା କରିବେ ବି-ଟାଉନରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ପ୍ରଶ୍ନ

1 min read

ମୁମ୍ବାଇ: ଡ୍ରଗ୍ସର ଦବଦବାରେ ପୁରା ବଲିଉଡ । ଡ୍ରଗ୍ସ ନିଶାରେ ମସଗୁଲ ପୁରା ବି-ଟାଉନ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତରୁ ବଲିଉଡର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା ପରେ ଏବେ ବଲିଉଡର ପୋଲ ଖୋଲିଛି । ଆଉ ଏବେ ଏହି ଖୋଳତାଡ ଭିତର ଗୋଟିଏ ପରେ ଗୋଟିଏ ବଡ ନାଁ ପଦାକୁ ଆସିବାରେ ଲାଗିଛି । ଜଣେ ନୁହନ୍ତି କି ଦି’ ଜଣ, ପାଖାପାଖି ୫୦ ଜଣ ବଲିଉଡ ସେଲିବ୍ରିଟିଙ୍କୁ ଆଗକୁ ଡ୍ରଗ୍ସ ବାବଦରେ ନିଜ ପକ୍ଷ ରଖିବାକୁ ପଡିବ । କାରଣ କୁହାଯାଉଛି ଯେ, ଏନସିବିର ଯେଉଁ ତାଲିକା ତିଆରି କରିଛି ସେଥିରେ ୫୦ ଜଣ ସେଲିବ୍ରିଟିଙ୍କ ନାମ ରହିଛି । ତେବେ ଏନସିବି ଦ୍ୱାରା ଦୀପିକାଙ୍କୁ ସମନ ଜାରି ହେବା ପରେ ସେ ଏନ୍‌ସିବିରେ ହାଜିର ହୋଇଥିଲେ । ଯେଉଁଠାରେ ତାଙ୍କୁ ଏବେ ପର୍ଯ୍ୟନ୍ତ ଜେରା ଜାରି ରହିଛି ।  ତେବେ ଦୀପିକାଙ୍କ ଭଳି ଶ୍ରଦ୍ଧା ମଧ୍ୟ ଏଥିରେ ଲିପ୍ତ ଥିବା ଜାଣିବାକୁ ପାଇଥିଲା ଏନ୍‌ସିବି ।

ଡ୍ରଗ୍ସ ଉପରେ ଶ୍ରଦ୍ଧା କପୁରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଚରାଉଚରା କରିବ । ତାଙ୍କୁ ମଧ୍ୟ ପଚରାଯାଇପାରେ କି ସେ ଡ୍ରଗ୍ସ ନେଉଛନ୍ତି କି ? ଯଦି ନେଉଛନ୍ତି କେତେ ପରିମାଣର ନଉଛନ୍ତି ? ଏହି ଡ୍ରଗ୍ସ ଆପଣଙ୍କୁ କିଏ ଦେଉଛି ? ଏହାର ଡିଲର କିଏ ? ଏଭଳି କିଛି ପ୍ରଶ୍ନର ସାମ୍ନା କରିବେ ଅଭିନେତ୍ରୀ ଶ୍ରଦ୍ଧାକପୁର ।

ଶ୍ରଦ୍ଧା କପୁରଙ୍କ ବ୍ୟତୀତ ସାରା ଅଲି ଖାନଙ୍କୁ ମଧ୍ୟ ପଚରାଉଚରା ପାଇଁ ଏଜେନ୍ସି ପକ୍ଷରୁ ନୋଟିସ କରାଯାଇଛି । ଏହାପୂର୍ବରୁ ଦୀପିକା ପାଦୁକୋନ ମୁମ୍ବାଇର ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

କୁହାଯାଉଛି ଯେ ସମୀର ୱାନଖେଡେ ଏବଂ ଜଣେ ମହିଳା କନଷ୍ଟେବଳ ଏବଂ ଅନ୍ୟ ଜଣେ ଅଧିକାରୀଙ୍କୁ ଶ୍ରଦ୍ଧା କପୁରଙ୍କ ସହ ପଚରାଉଚରା କରାଯାଇପାରେ । ଶ୍ରଦ୍ଧାଙ୍କୁ ସୁଶାନ୍ତଙ୍କ ଡ୍ରଗ୍ସ ପାର୍ଟିକୁ ନେଇ ପ୍ରଶ୍ନର ସାମ୍ନା କରିପାରନ୍ତି ।

ଏହାପୂର୍ବରୁ, ଏନସିବି ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ଧର୍ମା ପ୍ରଡକ୍ସନ୍ସର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତିଜ ପ୍ରସାଦ ରବି ଏବଂ କରିସ୍ମାଙ୍କୁ ପ୍ରଶ୍ନ କରିଛି ।

Leave a Reply