ଆରପାରିରେ ବଳବୀର ସିଂ, ହକିରେ ଭାରତକୁ ଦେଇଥିଲେ ପ୍ରଥମ ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ

1 min read

ନୂଆଦିଲ୍ଲୀ: ଭାରତୀୟ ହକିର ଭେଟେରାନ ଖେଳାଳି ବଲବୀର ସିଂ ସିନିୟରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳେ ତାଙ୍କୁ ୯୬ ବର୍ଷ ହୋଇଥିଲା । ଦୁଇ ସପ୍ତାହରୁ ଅଧିକ ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେବା ପରେ ସେ ସୋମବାର ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏବଂ ପଛରେ ଛାଡ଼ି ଦେଇ ଯାଇଛନ୍ତି ଝିଅ ସୁଶବୀର, ତିନି ପୁଅ କାମ୍ବଲବୀର, କରଣବୀର ଏବଂ ଗୁରୁବୀରଙ୍କୁ ।

ଫୋର୍ଟିସ୍ ହସ୍ପିଟାଲ୍ ମୋହାଲିର ନିର୍ଦ୍ଦେଶକ ଅଭିଜିତ୍ ସିଂ କହିଛନ୍ତି ଯେ ତାଙ୍କୁ ୮ ମେ’ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ସକାଳ ପ୍ରାୟ ସାଢେ ୬ଟା ବେଳେ ତାଙ୍କର ନିଧନ ହୋଇଥିଲା ।  ଲଣ୍ଡନ (୧୯୪୮), ହେଲସିଙ୍କି (୧୯୫୨) ଏବଂ ମେଲବୋର୍ଣ୍ଣ (୧୯୫୬) ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ଏବଂ ଏଥିରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ବଲବୀର ସିଂ ।

ମେ ୧୮ ରୁ ବଲବୀର ସିଂଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା । ନିମୋନିଆ ଏବଂ ଫୁସଫୁସରେ ସଂକ୍ରମଣ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ମନୋନୀତ ଆଧୁନିକ ଅଲିମ୍ପିକ୍ ଇତିହାସରେ ୧୬ ଜଣ ଶ୍ରେଷ୍ଠ ଅଲିମ୍ପିଆନନ୍ସ ମଧ୍ୟରେ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାବିତ୍ ଥିଲେ ବାଲବୀର ।

୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ବଲବୀର ସିଂ ଭାରତର ଅଧିନାୟକ ହୋଇଥିଲା । ବଲବୀର ସିଂଙ୍କ କ୍ୟାପ୍ଟେନସି ସମୟରେ ଭାରତ ହକି ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୫୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ସେ ୧୯୭୫ ବିଶ୍ୱକପ ବିଜେତା ଦଳର ପରିଚାଳକ ଥିଲେ । ଅଜିତ ପାଲ ସିଂ ଏହି ଦଳର ଅଧିନାୟକ ଥିଲେ।

ବଲିଉଡ଼ର ଖିଲାଡ଼ି କୁମାର ମଧ୍ୟ ବଲବୀରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଅତୀତରେ ବଲବୀରଙ୍କ ସହ ସାକ୍ଷାତ କରିଥିବାରୁ ନିଜକୁ ଗର୍ବିତ ମନେ କରିଛନ୍ତି । ଏବଂ ସେ ଏନେଇ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ,  ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ଗୋଲ୍ଡରେ ଅକ୍ଷୟ କୁମାର ବଲବୀର ସିଂଙ୍କ ଭୂମିକାରେ ନଜର ଆସିଥିଲେ ।

Leave a Reply