ଲେଖାଶ୍ରୀଙ୍କୁ ଏଲିନାଙ୍କ ଜବାବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିରେ ବିଜେପି ଭୟଭୀତ

ଭୁବନେଶ୍ୱର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ  ନେଇ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତି ପରେ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟର ପ୍ରତ୍ୟେକ ବର୍ଗ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଥିବା ବେଳେ ବିଜେପି କରୁଛି ବିରୋଧ ।  ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲୋଉଛନ୍ତି ବୋଲି ବିଜେପି ଚିତ୍କାର କରୁଥିବା ବେଳେ ରାଜ୍ୟବାସୀ ଏହାକୁ ନାପସନ୍ଦ କରିଥିବା ଦେଖାଯାଇଛି । ବିଜେପିର ବିରୋଧକୁ ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଢ଼େର ବିରୋଧ କରିଛନ୍ତି ।

ତେବେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ଡାକ୍ତରୀ ସିଟ୍‌ରେ ସଂରକ୍ଷଣ ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିବା ବେଳେ ଏହାର ଜବାବ ରଖିଛି ବିଜେଡି ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ପ୍ରଶ୍ନ କରିଛନ୍ତି ଯେ, ବ୍ୟବସ୍ଥା ଅନୁସାର ଓବିସି ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀକୁ ସଂରକ୍ଷଣ ନଦେଇ ଏକ ନୂଆ ଶ୍ରେଣୀ ସୃଷ୍ଟି କ’ଣ ପାଇଁ ? ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ପିଲା ଚିହ୍ନଟ କରନ୍ତୁ ବୋଲି କହିଥିଲେ ଲେଖାଶ୍ରୀ ।

ତେବେ ଲେଖାଶ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଏଲିନା ଦାଶ କହିଛନ୍ତି ଯେ, ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି । ହେଲେ ଆଶ୍ଚର୍ଯ୍ୟ କଥା, ବିଜେପି ପରି ଜାତୀୟ ଦଳ ଏହାକୁ ବିରୋଧ କରୁଛି । ଏଭଳି ବିଚାର ଗୋଟିଏ ଜାତୀୟ ଦଳର ହୋଇନପାରେ, ଏହା ଲେଖାଶ୍ରୀଙ୍କ ବ୍ୟକ୍ତିଗତ ମତ ହୋଇଥାଇ ପାରେ ବୋଲି ଏଲିନା କହିଛନ୍ତି ।

ଅନ୍ୟପଟେ ଏଲିନା ଆହୁରି ମଧ୍ୟ  କହିଥିଲେ ଯେ, ବିଜେପି ଶାସିତ ରାଜ୍ୟ ବି ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତି ଗ୍ରହଣ କରିବେ । କିନ୍ତୁ ଓଡ଼ିଶାରେ ଏହାକୁ ଗ୍ରହଣ କରାଯାଉ ନାହିଁ କାରଣ, ମୁଖ୍ୟମନ୍ତ୍ରୀ ଏହା ଦ୍ୱାରା ଆହୁରି ଲୋକପ୍ରିୟ ହେବେ ସେଥିପାଇଁ ବିଜେପି ଭୟ କରୁଛି ।

Leave a Reply