ଏକ ବଡ଼ ଧରଣ ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ କଲା ଦିଲ୍ଲୀ ପୋଲିସ, ଟାର୍ଗେଟରେ ଥିଲେ ଅନେକ ଭିଭିଆଇପି

1 min read

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଗୋଟିଏ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକୁ ବିଫଳ କରିଛି । ଏବଂ ଏହି ଘଟଣରେ ପୋଲିସ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ସହ ସମ୍ପର୍କର ଥିବା ବେଳେ ସେ ଜାମ୍ମୁ କାଶ୍ମୀରର ବାସିନ୍ଦା । ତାଙ୍କ ନିକଟରୁ ୧୦ଟି ଜୀବନ୍ତ କାର୍ଟ୍ରିଜ୍ ସହିତ ଦୁଇଟି ସେମି ଅଟୋମେଟିକ୍ ବନ୍ଧୁକ ଜବତ କରାଯାଇଛି । କୁହାଯାଉଛି ଯେ ଦୁହେଁ ଦିଲ୍ଲୀରେ ଏକ ବଡ ଆକ୍ରମଣର ଷଡଯନ୍ତ୍ର ସାମିଲ ଥିଲେ । ପୋଲିସ ସୂତ୍ର ଅନୁଯାୟୀ, ସେମାନେ ଦିଲ୍ଲୀରେ ଏକ ବଡ଼ ଧରଣର ବିସ୍ଫୋରଣ କରିବାକୁ ଚାହୁଁଥିଲେ।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସକୁ ଏହି ଦୁଇ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ଏହା ପରେ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା । ସୋମବାର ରାତି ୧୦.୧୫ରେ ଜୟଶ-ଏ-ମହମ୍ମଦଙ୍କ ଏହି ଦୁଇ ଆତଙ୍କବାଦୀଙ୍କୁ ଯୋଜନା ମୁତାବକ ଗିରଫ କରାଯାଇଥିଲା। ଏହାସହ ଦଇ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି ।

ପୋଲିସର ସୂଚନାନୁସାରେ, ଗିରଫ ହୋଇଥିବା ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ବାସିନ୍ଦା ଅବଦୁଲ ଲତିଫ ଏବଂ ଆଉ ଜଣେ କୁପୱାରା ଜିଲ୍ଲାର ହାଟ ମୁଲ୍ଲା ଗାଁର ଆଶ୍ରାଫ ଖତାନା ବୋଲି ଜଣାପଡିଛି।

ଟାର୍ଗେଟରେ ଥିଲେ ଭିଭିଆଇପି

ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ବୟସ ୨୦ ରୁ ୨୨ ବର୍ଷ ମଧ୍ୟରେ ହେବ । ଉଭୟ କାଲେ ଖାନର ଏକ ଭଡା ଘରେ ରହୁଥିଲେ। ସେମାନଙ୍କର ଷଡଯନ୍ତ୍ର ଦିଲ୍ଲୀ-ଏନସିଆରେ ବିସ୍ଫୋରଣ କରିବାରଥିଲା। କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍ ଯୋଗୁଁ ଆତଙ୍କବାଦୀମାନେ ସେମାନଙ୍କୁ ଦିଲ୍ଲୀ ପଠାଇଥିଲେ। ଅନେକ ଭିଭିଆଇପିଙ୍କୁ ଏଥିରେ ଟାର୍ଗେଟ କରାଯାଇଥିଲା । ପଚରାଉଚରା ବେଳେ ସେ କହିଛନ୍ତି ଯେ, ସେ ଟ୍ରେନିଂ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିଲେ । ସେମାନେ ସୀମା ପାର କରିବାକୁ ବହୁ ଚେଷ୍ଟା କରିଥିଲେ ଏବଂ ବିଫଳ ହୋଇଥିଲେ । ଏହି ଆତଙ୍କବାଦୀଙ୍କଠାରୁ ବିସ୍ଫୋରକ ଏବଂ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ଦଲିଲ ଉଦ୍ଧାର କରାଯାଇଛି।

Leave a Reply