ବଢ଼ିବାରେ ଲାଗିଛି ହାତୀପଲଙ୍କ ଉପଦ୍ରବ, ଘରଦ୍ୱାର ଭାଙ୍ଗିବା ସହ ଚାଷ ନଷ୍ଟ କରୁଛନ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଗତ ୧୬ ଦିନ ହେବ ଏହି ରେଞ୍ଜରେ ହାତୀ ପଲ ପଶି ଧାନ ଫସଲ ଠାରୁ ଆରମ୍ଭ କରି ପନିପରିବା ଚାଷ ନଷ୍ଟ କରିଥିବା ଦେଖିବାକୁ ମିଳିଛି  । ଗତ ରାତି ରୁ ବିନିକା ରେଞ୍ଜର ପାପକ୍ଷୟ, ରହିଲା, ପଳିପଡ଼ା ଓ ଉର୍ଲେ ଆଦି ଗାଁ ରେ ହାତୀ ଚାଷ ନଷ୍ଟ କରିଛନ୍ତି ।

ବିଗତ ଦିନରେ ଏହି ବିନିକା ରେଞ୍ଜର  ଝରାପଡ଼ା ସିନ୍ଦୁରପୁର, ଗୁଲାପଡ଼ା, ଗଣେଷପୁର, କେଉଟପଡ଼ା ଓ ମଣିଗାଁ ଆଦି ଗାଁରେ ଧାନ ଚାଷ ସହ ପନିପରିବା ଚାଷକୁ ଦଳି ଚକଟି  ନଷ୍ଟ କରିବା ସହ ଘର ଦ୍ଵାର ଭାଙ୍ଗିଥିବା ଦେଖାଯାଇଛି । ପାଖାପାଖି ୪୦ଟି ହାତୀ ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ମହାନଦୀ ଡେଇଁ ଆସି ଏହି ଅଞ୍ଚଳରେ ଡେରା ବାନ୍ଧିଥିବା ବେଳେ ବ୍ୟାପକ କ୍ଷତି କରୁଛନ୍ତି । ସ୍ଥାନୀୟ ଲୋକ ତଥା ବନ ବିଭାଗ ଅକ୍ଳାନ୍ତ ପରିଶ୍ରମ କରି ହାଦୀ ଘଉଡିବାରେ ବିଫଳ ହେଉଛନ୍ତି  । ଫଳରେ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave a Reply