୫୫ ନମ୍ବର ଜାତୀୟ ରାଜପଥ ଛକିଲେ ହାତୀ ପଲ

ଆଠଗଡ଼/କରଞ୍ଜିଆ: ପୁଣି ମାତିଲା ହାତୀ । ଜଙ୍ଗଲରୁ ଆସି ରାସ୍ତା ଉପରେ ଠିଆ ହେଲେ । ଆଠଗଡ଼ ୫୫ ନମ୍ବର ଜାତୀୟ ରାଜପଥରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଚୌଦ୍ଵାରରୁ ନେଇ ଖୁଣ୍ଟୁଣୀ  ଯାଏଁ ରାସ୍ତାରେ ଦିନ ଦିପହରରେ ହାତୀ ଆତଙ୍କ ଖେଳାଇଛନ୍ତି । ରାଜପଥରେ ହାତୀ ବୁଲୁଥିବାରୁ ଲୋକେ ଭୟବିତ ହୋଇପଡିଛନ୍ତି । ଆଜି ସକାଳୁ ସକାଳୁ ୮ ଟି ହାତୀ ରାସ୍ତା ପାର ହେଉଥିବା ବେଳେ ସେଥିମଧ୍ୟରୁ ୨ଟି ହାତୀ ରାସ୍ତା ଉପରେ ଠିଆହୋଇ ରହିଥିଲେ । ଏନେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଥିଲା । ଖବର ପାଇ ବନବିଭାଗ ଓ ଚୌଦ୍ୱାର ପୋଲିସ ସେମାନଙ୍କୁ ଘଉଡ଼େଇଥିଲା ।

ସେପଟେ କରଞ୍ଜିଆର ବନଖଣ୍ଡ ଅଞ୍ଚଳରେ ବିଭିନ୍ନ ଗାଁରେ ହାତୀ ଉପଦ୍ରବ ଜାରି ରହିଛି । ଗାଁ ନିକଟ ଜଙ୍ଗଲରୁ ୨୨ଟି ହାତୀ ଗାଁରେ ଉପଦ୍ରବ କରିଛନ୍ତି ।  ଉତାଳିପାଟରୁ ନେଇ ବେଗୁନାବିନ୍ଧା ଗାଁରେ ହାତୀ ପଲ ପଶି ଘରଦ୍ଵାର ଭାଙ୍ଗିବା ସହିତ ଏକର ଏକର ଫସଲ ସବୁ ନଷ୍ଟ କରିଛନ୍ତି । ତା ସହିତ ଗାଁନିକଟରେ ଥିବା ପନିପରିବା ଗଛ ନଷ୍ଟ କରିବା ସହିତ ସ୍କୁଲ ଘର ବି ଭାଙ୍ଗିରୁଜି ପକାଛନ୍ତି ହାତୀ ।

ହାତୀ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନଥିବାରୁ ବିରୋଧ କରିଛନ୍ତି ଲୋକେ । କିଛି ଦିନ ହେଲା ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ ବି କୈାଣସି ପଦକ୍ଷେପ ନିଆଯାଇନି । ସେପେଟ ଖୁବଶିଘ୍ର ହାତୀ ଘଉଡାଇବାର ବ୍ୟବସ୍ଥା କରାନଗଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାର ଚେତବାନୀ ଦେଇଛନ୍ତି ଗାଁର ଲୋକେ ।

 

Leave a Reply