ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ୍ ଧକ୍କାରେ ହାତୀ ମୃତ

1 min read

ସମ୍ବଲପୁର: ଟ୍ରେନ୍ ଟ୍ରାକରେ ଟଳିଲା ହାତୀ । ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା-ହାତୀବାରୀ ମଧ୍ୟରେ ଥିବା ଗରଗଡ଼ବାହାଲ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରେନ ଧକ୍କା ଦେବା ପରେ ଗରଗଡ଼ବାହାଲ ନିକଟରେ ମୃତଦେହ ପଡ଼ି ରହିଛି ।

Elephant Killed In Jujumura Hit By BBSR RKl Intercity Express

ଖବର ପାଇ ଘଟଣା ସ୍ଥଳରେ ରେଳ ବିଭାଗ, ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ, ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁର ଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଯାଜପୁର, କେନ୍ଦୁଝର, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ପୁରୀ, ଝାରସୁଗୁଡ଼ା ଓ କଟକର ଟ୍ରେନ୍ ଟ୍ରାକରେ ଏକାଧିକ ହାତୀଙ୍କ ଜୀବନ ଯାଇଛି ।

Elephant Killed In Jujumura Hit By BBSR RKl Intercity Express

ତେବେ, ଟ୍ରେନ୍ ଟ୍ରାକରେ ହାତୀ ମୃତ୍ୟୁକୁ ନେଇ ରେଳବାଇକୁ ଦାୟୀ କରିବା ଅନୁଚିତ୍ ବୋଲି କହିଛନ୍ତି ଅଧିକାରୀ । ହାତୀ ଟ୍ରେନ୍ ଟ୍ରାକ୍ ପାରିହେବା ବେଳେ ସ୍ଥାନୀୟ ବନ ବିଭାଗ ଅଧିକାରୀ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇବା ଦରକାର । ଫଳରେ ଟ୍ରେନର ବେଗ ଧିମା କରିବା ସହ ଅଟକାଇ ଯାଇପାରିବ । ବ୍ରେକ୍ ଦେବାର ୭୫୦ରୁ ଏକ ହଜାର ମିଟର ପରେ ଟ୍ରେନ୍ ରହିଥାଏ ବୋଲି ରେଳବାଇ ଅଧିକାରୀ କହିଛନ୍ତି ।

Leave a Reply