ଖୋର୍ଦ୍ଧରେ ଉତ୍ପାତ କରୁଛନ୍ତି ୨୮ ଟିକିଆ ହାତୀ ପଲ

1 min read

file Photo

ଖୋର୍ଦ୍ଧା: ପୁଣି ଖୋର୍ଦ୍ଧାରେ ହାତୀ ଆତଙ୍କ । ରବିବାର ରାତିରେ ୨ଟି ଦନ୍ତା ମେଡିକାଲ ପରିସରରେ ପାଚେରୀ ଭାଙ୍ଗି ପଶିଥିବା ବେଳେ, ବୁଧବାର ପଲାଛକରେ ୨୮ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ହାତୀପଲ ପ୍ରଥମେ ଖୋର୍ଦ୍ଧା ବେଗୁନିଆ ବ୍ଲକ ଗୋଡ଼ା ଓ କାଇପଦର ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଜନବସତି ଆଡକୁ ମୁହାଁଇଥିଲେ । ଗ୍ରାମବାସୀ ହାତୀପଲକୁ ଘଉଡାଇ ନିକଟସ୍ଥ ଜଙ୍ଗଲରେ ଛାଡିବା ସହ ବନବିଭାଗକୁ ଖବର ଦେଇଛନ୍ତି ।

କିଛି ହାତୀ ପାନ ବରଜ ଆଡ଼େ ମାଡ଼ି ତାହା ନଷ୍ଟ କରିଛନ୍ତି ।  ସହର ଭିତରେ ହାତୀ ପଲ ଦେଖି ସ୍ଥାନୀୟ ବାସିନ୍ଦା ଭୟଭିତ ଅବସ୍ଥାରେ ରହିଛନ୍ତି । ହାତୀ ପଲ ବର୍ତ୍ତମାନ ଖୋର୍ଦ୍ଧା ନିକଟସ୍ଥ କାଇପଦର, ଦଳକ, ମାଧପୁର, ଗୋଡା ଗାଁରେ ଉତ୍ପାତ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧାରେ ହାତୀପଲ

ଖୋର୍ଦ୍ଧାରେ ହାତୀପଲ#Khorda #Elephant #Odisha_News #NandighoshaTV

Nandighosha TV यांनी वर पोस्ट केले बुधवार, ७ ऑक्टोबर, २०२०

ଦିନକୁ ଦିନ ବନ୍ୟ ଜନ୍ତୁଙ୍କ ଆଶ୍ରୟସ୍ଥଳ ନଷ୍ଟ ହେଉଥିବାରୁ ଏବଂ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଥିବାରୁ ଏଭଳି ହାତୀ ପଲ ଖାଦ୍ୟ ଅନ୍ୱେଶଣରେ ଜନବସତି ମୁହାଁ ହେଉଛନ୍ତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ତେବେ ଏଥିପ୍ରତି ସରକାର ତଥା ପ୍ରଶାସନ ଦୃଷ୍ଟି ଦେବା ନିତ୍ୟାନ୍ତ ଜରୁରୀ ବୋଲି କୁହାଯାଉଛି ।

Leave a Reply