କୂଅରୁ ଉଦ୍ଧାର ହେଲା ହାତୀ

1 min read

ସୁନ୍ଦରଗଡ ଜିଲ୍ଲା ତିରତୋଲ ଜଙ୍ଗଲ ନିକଟସ୍ଥ ପରିତ୍ୟକ୍ତ କୂଅରୁ ଏକ ହାତୀ ଉଦ୍ଧାର ହୋଇଛି । ହାତୀଟିକୁ କୂଅ ଭିତରୁ ବନବିଭାଗ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି । କିଛି ଦିନ ହେବ ୧୮ ଜଣିଆ ହାତୀପଲ ପାଖ ଜଙ୍ଗଲରେ ବୁଲୁଥିଲେ  । ସେଥିମଧ୍ୟରୁ ଗୋଟିଏ ହାତୀ ଗତ ରାତିରେ କୂଅ ଭିତରେ ପଡିଯାଇଥିଲା । ଗାଁ ଲୋକେ ଏହା ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଦୁଇଘଣ୍ଟା ଉଦ୍ୟମ କରିବା ପରେ ହାତୀକୁ କୂଅରୁ ଉଦ୍ଧାର କରିଥିଲେ  । ଝିପି ଝିପି ବର୍ଷା ସତ୍ତ୍ୱେ ସ୍ଥାନୀୟ ଗ୍ରାମବାସୀ ହାତୀ ଦେଖିବାକୁ ସେଠାରେ ଗହଳି କରିଥିଲେ । ତେବେ ହାତିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡିଥିବା ବଡଗାଁ ରେଞ୍ଜ ଅଫିସର ରୁମେନ୍ଦ୍ର କୁମାର ସ୍ୱାଇଁ ସୂଚନା ଦେଇଛନ୍ତି  । ')}

Leave a Reply