ଜଳେଶ୍ୱର ଓ କେନ୍ଦୁଝରରେ ହାତୀ ଆତଙ୍କ, ଗାଁ ମୁହାଁ ହାତୀ ପଲ

1 min read

ଜଳେଶ୍ୱର/ଘଟଗାଁ: ବଢ଼ିବାରେ ଲାଗିଛି ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ । ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଶ୍ୟାମନଗର ପଞ୍ଚାୟତ ଧାମଘେରା ଗାଁରେ ଦେଖା ଦେଇଛି ଏଭଳି ପରିସ୍ଥିତି । ଗତକାଲି ବିଳମ୍ବିତ ରାତିରେ ହାତିପଲ ଆସି ଉକ୍ତ ଗାଁର ସୁରଜ ହେମ୍ବ୍ରମଙ୍କ ଘରେ ପଶି ଆସବାବପତ୍ର ନଷ୍ଟ କରି ପକାଇଛି। ଝାଡଖଣ୍ଡି ହାତୀ ଧାନକ୍ଷେତରେ ପଶି ଚାଷ ନଷ୍ଟ କରିଛନ୍ତି ।

ଏନେଇ ପ୍ରଶାସନ ପକ୍ଷରୁ ହାତୀ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ବେଳେ ଗାଁ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି ।

ସେହିଭଳି ସମାନ ପରିସ୍ଥିତି କେନ୍ଦୁଝରେ ଦେଖା ଦେଇଛି । ଗତ ଦୁଇ ଦିନ ହେବ ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରୁ ୧୦ରୁ ୧୨ଟି ହାତୀ ପାଟଣା ରେଞ୍ଜକୁ ପଶିଆସିଛନ୍ତି । ଦିଗପଶି, ହରିଡାଗୋଠ, ନୂଆଗାଁ, ତାଳଡ଼ିହା ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ଏହି ହାତୀ ପଲରେ ୨ଟି ଦନ୍ତା ଓ ୪ଟି ଛୁଆ ହାତୀ ଥିବା ବେଳେ ସମୁଦାୟ ୧୧ରୁ ୧୨ଟି ହାତୀ ରହିଥିବା ଜଣାପଡିଛି । ')}

Leave a Reply