ଆଜି ଅପରାହ୍ଣରେ ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା !

1 min read

ନୂଆଦିଲ୍ଲୀ: ଆଜି ପିପିଲି ବିଧାନସଭା ଆସନରେ ଉପ- ନିର୍ବାଚନ ନେଇ ତାରିଖ ଘୋଷଣା ହୋଇପାରେ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଛି । ଶୁକ୍ରବାର ଅପରାହ୍ଣରେ ଭାରତ ନିର୍ବାଚନ ଆୟୋଗ  ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ । ଏଥିସହିତ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପ-ନିର୍ବାଚନ ଆୟୋଜନ ନେଇ ମଧ୍ୟ  ଘୋଷଣା କରାଯାଇପାରେ । । ତେବେ କମିଶନ ଆସାମ, କେରଳ, ତାମିଲନାଡ଼ୁ,  ପଶ୍ଚିମବଙ୍ଗ ଓ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ । ଏପ୍ରିଲ-ମେ’ ମଧ୍ୟରେ ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଆଶା କରାଯାଉଛି । କରୋନା କାଳରେ ବିହାର ପରେ ପ୍ରଥମ ଥର ପାଇଁ ମିଳିତ ଭାବେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ନଜରକୁ ଆସିଥିବା ବେଳେ ଯେଉଁ ଗାଇଡଲାଇନ୍ ଜାରି କରାଯିବ ତାହାର କଡ଼ାକଡ଼ି ପାଳନ କରାଯିବର ଆବଶ୍ୟକତା ରହିଛି ।

ଗୋଟିଏ ଦିନରେ ଭୋଟ ଗଣନା ହେବା ସହ ମେ’ ୧ ପୂର୍ବରୁ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ବିହାର ପରେ କରୋନା କାଳ ଭିତରେ ଏହି ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ।

Leave a Reply