ଦାବି ଶୁଣିଲେନି ସରକାର,ପୁଣି ବିଫଳ ଅଷ୍ଟମ ବୈଠକ

ନୂଆଦିଲ୍ଲୀ: ଅଷ୍ଟମ ଥର ପାଇଁ ମଧ୍ୟ ବିଫଳ ହେଲା ବୈଠକ । ବାହାରିପାରିଲା ନାହିଁ କୌଣସି ନିଷ୍କର୍ସ । ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଜ୍ଞାନ ଭବନରେ ଜାରି ରହିଥିବା ଆଲୋଚନା ପୁନର୍ବାର ଫେଲ ମାରିଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଛନ୍ତି କେନ୍ଦ୍ର ସରକାର ।

ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ଆଜିର ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି । ସେପଟେ ଆସନ୍ତା ୧୫ ତାରିଖରେ ପୁନର୍ବାର ଆଲୋଚନା ହେବା ନେଇ  ଧାର୍ଯ୍ୟ ହୋଇଛି ତାରିଖ ।

ଜିଦରେ ଅଡିବସିଥିବା ଚାଷୀ ସରକାରଙ୍କ ପ୍ରସ୍ତାବରେ ନାଖୁସ ରହିଛନ୍ତି । ଆଲୋଚନା ଶେଷ ହୋଇଛି । କିନ୍ତୁ ପୂର୍ବପରି ଆଜିର ଆଲୋଚନା କୌଣସି ବିଶେଷ ଫଳପ୍ରଦ ହୋଇନାହିଁ । ଫଳରେ ଆଜିର ଆଲୋଚନାରେ କୌଣସି ନିଷ୍ପତ୍ତି ଏବଂ ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଅଷ୍ଟମଥରର ଏହି ବୈଠକ ଏକପ୍ରକାର ବିଫଳ ହୋଇଥିବା ଜଣାପଡିଛି ।

Leave a Reply