ଦେଶର କେଉଁ ୮ଟି ବିଚ୍‌କୁ ମିଳିଲା ବ୍ଲୁ-ଫ୍ଲାଗ୍‌, କ’ଣ ରହିଛି ଏହାର ମାନଦଣ୍ଡ…

1 min read

ନୂଆଦିଲ୍ଲୀ: ନିକଟରେ ଭାରତର ୮ଟି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ଦିଆଯାଇଛି । ଆନ୍ତର୍ଜାତୀୟ ସ୍ତରରେ ଦେଶର ବେଳାଭୂମି ପ୍ରଥମ ଥର ପାଇଁ ଏହି ମାନ୍ୟତା ପାଇଛି । ଆମ ଦେଶ ମଧ୍ୟ ଏବେ ବ୍ଲୁ-ଫ୍ଲାଗ୍‌ ପାଇଥିବା ୫୦ଟି ଦେଶ ତାଲିକାରେ ସ୍ଥାନ ପାଇଛି । ଏହି ମାନ୍ୟତା ସବୁଠାରୁ ପରିଷ୍କାର ଓ ସ୍ୱଚ୍ଛ ରହୁଥିବା ବନ୍ଦରଗୁଡ଼ିକୁ ଦିଆଯାଏ । ତେବେ ଜାଣନ୍ତୁ କ’ଣ ଏହି ବ୍ଲୁ-ଫ୍ଲାଗ୍‌ ? କେଉଁ ବେଳାଭୂମିଗୁଡ଼ିକୁ ଦିଆଯାଇଛି ଏହି ମାନ୍ୟତା ?

Beach

ନୀଳ ପତାକା ପ୍ରମାଣପତ୍ର ପାଇଛି

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ରବିବାର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୮ଟି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ମିଳିଥିବା ଘୋଷଣା କରିଛି । ସ୍ୱଚ୍ଛ ବେଳାଭୂମି ପାଇଁ ଦିଆଯାଉଥିବା ଏହି ପୁରସ୍କାର ଡେନମାର୍କର ଫାଉଣ୍ଡେସନ ଫର ପରିବେଶ ଶିକ୍ଷା (FEE) ଦ୍ୱାରା ପ୍ରଦାନ କରାଯାଇଥାଏ । ଏହି ସଂସ୍ଥା ବିଶ୍ୱସ୍ତରରେ ନିଜର ପାରଦର୍ଶିତା ଓ କଠୋର ମାନଦଣ୍ଡ ପାଇଁ ବେଶ୍‌ ଜଣାଶୁଣା । ଯାହା ସମୁଦ୍ର କୂଳକୁ ଅତି ନିକଟରୁ ଯାଞ୍ଚ କରେ ଏବଂ ଫ୍ଲାଗ୍ ମାନ୍ୟତା ଦେଇଥାଏ । ସମୁଦାୟ ୩୩ଟି ବିଭିନ୍ନ ପାରାମିଟର ଉପରେ ଅନୁସନ୍ଧାନ ବେଳାଭୂମିର ଯାଞ୍ଚ କରେ ହି ସଂସ୍ଥା ।

Beach

କେଉଁ ବେଳାଭୂମି ମାନ୍ୟତା ପାଇଲା

ଅଦ୍ୟାବଧି ଦେଶର କୌଣସି ବେଳାଭୂମିକୁ ଏତେ ପରିଷ୍କାର ବିବେଚନା କରାଯାଇନଥିଲା ଯେ, ତାକୁ ବ୍ଲୁ-ମାନ୍ୟତା ଦିଆଯାଇପାରିବ । ୨୦୧୮ରେ ଦେଶର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୧୩ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପାଇଁ ନୋମିନେଟ୍‌ କରାଗଲା । ସେଥିମଧ୍ୟରୁ ୮ଟି ବେଳାଭୂମିକୁ ଡେନମାର୍କକୁ ପଠାଯାଇଥିଲା । ଏହି ୮ଟି ବେଳାଭୂମିର ଯାଞ୍ଚ କରିବା ପରେ ଡେନ୍‌ମାର୍କର ଏହି ସଂଗଠନ ବ୍ଲୁ-ଫ୍ଲାଗ୍‌ର ମାନ୍ୟତା ଦେଇଛି ।

Beach

ତେବେ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପାଇଥିବା ଏହି ୮ଟି ବେଳାଭୂମି ମଧ୍ୟରେ ଓଡ଼ିଶା ପୁରୀର ଗୋଲ୍ଡେନ୍‌ ବିଚ୍‌ ସାମିଲ ଅଛି । ପୁରୀ ଗୋଲ୍ଡେନ୍‌ ବିଚ୍‌ ବ୍ୟତିତ ଗୁଜରାଟର ଶିବରାଜପୁର, ଡିୟୁର ଘୋଘଲା, କର୍ଣ୍ଣାଟକର କାସରାକୋଡେ ଏବଂ ପାଦୁବିଦ୍ରି, କେରଳର କପ୍ପଡ଼, ଆନ୍ଧ୍ରର ରୁଶିକୋଣ୍ଡା, ଆଣ୍ଡାମାନର ରାଧାନଗର ବିଚ୍‌ ସାମିଲ ଅଛି । ଏଥିସହିତ ସମୁଦ୍ର କୂଳର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଦେଶକୁ ଥାର୍ଡ ଇଣ୍ଟରନାସନାଲ୍‌ ବେଷ୍ଟ ପ୍ରାକ୍ଟିସ୍‌ର ପୁରଷ୍କାର ମଧ୍ୟ ମିଳିଛି ।

ଏସିଆର କେବଳ ୪ଟି ଦେଶ ଯୋଗ୍ୟ

ଉଲ୍ଲେଖଥାଉ କି, ଏସିଆରେ ଭାରତ ସମେତ କେବଳ ୪ଟି ଦେଶ ଏହି ବ୍ଲୁ-ଫ୍ଲାଗ ମାନ୍ୟତା ପାଇବା ପାଇଁ ଯେଗ୍ୟ ବିବେଚିତ ହୋଇଛନ୍ତି । ସେଥିମଧ୍ୟରେ ଜାପାନ, ୟୁଏଇ ଏବଂ ଦକ୍ଷିଣ କୋରିଆ ରହିଛନ୍ତି । ବ୍ଲୁ-ଫ୍ଲାଗ୍ ତାଲିକା ଅନୁଯାୟୀ ସ୍ପେନରେ ଏବେ ସର୍ବାଧିକ ୫୬୬ଟି ବେଳାଭୂମି ରହିଛି, ଯାହା ସ୍ୱଚ୍ଛ । ଯେତେବେଳେ କି ଗ୍ରୀସ୍‌ର ୫୧୫ଟି ବିଚ୍‌ ଏବଂ ଫ୍ରାନ୍ସର ୩୯୫ଟି ବିଚ୍‌କୁ ଏହି ମାନ୍ୟତା ଦିଆଯାଇଛି । ଅର୍ଥାତ୍ ଏହି ବେଳାଭୂମିରେ ପ୍ରଦୂଷଣ ସ୍ତର ବହୁତ କମ୍ ରହିଛି ।

Beach

ସ୍ପେନ ସର୍ବଦା ଆଗରେ

FEE, ଏକ ବେସରକାରୀ ସଂଗଠନ, ଯେଉଁଥିରେ ୬୦ଟଇ ଦେଶ ସଦସ୍ୟ ରହିଛନ୍ତି । ପ୍ରତିବର୍ଷ FEE ଏହାର ସଦସ୍ୟ ଦେଶର ସମୁଦ୍ର କୂଳକୁ ସ୍ୱଚ୍ଛତା ଭିତ୍ତିରେ ଯାଞ୍ଚ କରେ ଏବଂ ଫ୍ଲାଗ୍ ଦେଇଥାଏ । ତେବେ ପୁରସ୍କାର ପାଇବା କ୍ଷେତ୍ରରେ ସ୍ପେନ୍‌ ସବୁବେଳେ ଆଗରେ ରହିଥାଏ । ୧୯୮୭ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିଆରେ ସ୍ପେନ୍‌ ସବୁବେଳେ ଆଗରେ ।

Beach

କେଉଁ ମାପ ଦଣ୍ଡ ଉପରେ ମିଳିଥାଏ ପୁରସ୍କାର ?

କୌଣସି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ଏତେ ସହଜରେ ଦିଆଯାଇନଥାଏ । ଏହି ପୁରସ୍କାର ପାଇବାକୁ ହେଲେ ଅନେକ ମାପଦଣ୍ଡ ଦେଇ ଯିବାକୁ ପଡ଼ିଥାଏ । ବିଚ୍‌ର ପାଣି କେତେ ସ୍ୱଚ୍ଛା ତାହା କେବଳ ଦେଖାଯାଏ ନାହିଁ ବରଂ ବିଚ୍‌ର ଆଖପାଖ ଅଞ୍ଚଳ ଲୋକଙ୍କ ପାଇଁ କେତେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି ତାହା ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଥାଏ । ଏଥିପାଇଁ ୨୪ ଘଣ୍ଟା ଲାଇଫ୍‌ଗାର୍ଡମାନଙ୍କୁ ନିୟୋଜିତ କରି ରଖିବାକୁ ପଡ଼ିଥାଏ । ଯାହାଦ୍ୱାରା ଦୁର୍ଘଟଣାକୁ ରୋକାଯାଇପାରିବ ।

Leave a Reply