୨୧ ଜୁନ୍ ପରେ କଣ ହେବ ? ୨୦୨୦ରେ ୧୯୬୨ର ସଂଯୋଗ, ଚୀନ ଖେଳୁଛି କପଟା ପଶା !

1 min read

୨୧ ଜୁନରେ ସୂର୍ଯ୍ୟ ପରାଗ । ଏହି ପରାଗର ଭାରତ ଓ ଚୀନ ସମ୍ପର୍କ ଉପରେ କେମିତି ପ୍ରଭାବ ରହିବ ? କାରଣ ସ୍ୱାଧୀନ ଭାରତ ଜାତକରେ ମଙ୍ଗଳ ରହିଛି । ବୃଷ ଲଗ୍ନର ସ୍ୱାଧୀନ ଭାରତ ଜାତକରେ ମଙ୍ଗଳ ଯୁଦ୍ଧ ସ୍ଥାନର ସ୍ୱାମୀ ହୋଇ ଧନ ସ୍ଥାନ ଅର୍ଥାତ ଦ୍ୱିତୀୟ ଘର ମିଥୁନ ରାଶିରେ ବସିଛନ୍ତି । ବର୍ତ୍ତମାନ ଭାରତ ଓ ଚୀନ ମଧ୍ୟରେ ଲଦାଖକୁ ନେଇ ଚାଲିଥିବା ଉତ୍ତେଜନା ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ । ୨୬ ଡିସେମ୍ବର ୨୦୧୯ରେ ଧନୁ ରାଶିରେ ସୂର୍ଯ୍ୟ ପରାଗ ପରେ କରୋନା ମହାମାରୀ ଆସିଥିଲା । ଯାହା ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି । ଏବେ ଆମେରିକା ଓ ଚୀନ ମଧ୍ୟର ଶୀତଳ ଯୁଦ୍ଧ ଯୋଗୁ ବିଶ୍ୱ ରାଜନୀତିରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦୃଷ୍ଟିରୁ ଜୁନ୍ ୨୧ରେ ହେବାକୁ ଥିବା ସୂର୍ଯ୍ୟ ପରାଗ କିଛି ଶୁଭ ସଙ୍କେତ ଦେଉନାହିଁ । ଆସନ୍ତୁ ଜାଣିବା ଏହି ପରାଗର କଣ ପ୍ରଭାବ ଭାରତ ଓ ଚୀନ ସମ୍ପର୍କ ଉପରେ ପଡିବ ? ଏହା କଣ ଆଉ ଗୋଟିଏ ଯୁଦ୍ଧ ଆଡକୁ ଦୁଇ ଦେଶଙ୍କୁ ଟାଣି ନେବ ? କାରଣ ୧୯୬୨ ମସିହା ଚୀନ୍-ଭାରତ ଯୁଦ୍ଧ ବେଳେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ସମାନ ଥିଲା..

୨୧ଜୁନ୍ ପରେ ଅଧିକ ବିଗିଡି ପାରେ ସ୍ଥିତି

ଜୁନ୍ ୨୧ ତାରିଖରେ ମିଥୁନ ରାଶିରେ ପଡୁଥିବା ସୂର୍ଯ୍ୟ ପରାଗ ଆମେରିକାର ଜନ୍ମ ବେଳା ସୂର୍ଯ୍ୟକୁ ପୀଡିତ କରି କଷ୍ଟ ଦେବ । ଅନ୍ୟପକ୍ଷରେ ମକର ଲଗ୍ନର ଚୀନର ଜାତକରେ ଏହା ଯୁଦ୍ଧ ସ୍ଥାନରେ ରହି ଡ୍ରାଗନକୁ ଅଧିକ ଉଗ୍ର କରିବ । ଏଣେ ମିଥୁନ ରାଶିରେ ପଡୁଥିବା ପରାଗ ପାଇଁ ଭାରତକୁ ଯୁଦ୍ଧ କାରଣରୁ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ଆଶଙ୍କା କରାଯାଉଛି ଯେ, ଆମେରିକା ଓ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କରେ ଉତକ୍ଷିପ୍ତ ହୋଇ ଚୀନ୍ ଭାରତ ଉପରେ ଆକ୍ରମଣ କରିପାରେ ।

ଶନି ଚୀନକୁ ଛଳ କପଟରେ କରିବ ନିପୁଣ !

ଜାତକ ତତ୍ୱମ ନାମକ ଜ୍ୟୋତିଷ ଗ୍ରନ୍ଥ ଅନୁସାରେ ପାପ ଗ୍ରହ ଦ୍ୱାରା ପୀଡିତ ବୁଧ ନବମ ସ୍ଥାନରେ ଥିବା ଓ ଚତୁର୍ଥ ସ୍ଥାନର ସ୍ୱାମୀ ଯଦି ପୀଡିତ ହୋଇଥିବ ତେବେ କପଟ ଯୋଗର ନିର୍ମାଣ ହେବ । ଚୀନର ଜାତକ ୧ ଅକ୍ଟୋବର ୧୯୪୯ ମକର ଲଗ୍ନର, ଯେଉଁଠି ବୁଧ ନବମ ସ୍ଥାନରେ ପାପ ଗ୍ରହ ସୂର୍ଯ୍ୟ ଓ କେତୁ ଦ୍ୱାରା ପୀଡିତ । ଚତୁର୍ଥ ସ୍ଥାନର ସ୍ୱାମୀ ମଙ୍ଗଳ ଯୁଦ୍ଧସ୍ଥାନ ଅର୍ଥାତ ସପ୍ତମ ସ୍ଥାନର ଚନ୍ଦ୍ରମାକୁ ପୀଡିତ କରି ସମ୍ପୂର୍ଣ୍ଣ ଭାବେ କପଟ ଯୋଗ ନିର୍ମାଣ କରୁଛି । ଏହି ଯୋଗ ସହ ରହସ୍ୟ ସ୍ଥାନ ଅର୍ଥାତ ଅଷ୍ଟମ ସ୍ଥାନର ଥିବା ଶନି ଚୀନକୁ କପଟତା ଓ ଛଳନାରେ ନିପୂଣ କରୁଛି ।

ଚୀନ ନିଜ ବିନାଶକୁ ନିମନ୍ତ୍ରଣ କରୁଛି ?

ଗ୍ରହ ନକ୍ଷତ୍ରଙ୍କ ଏହି ସ୍ଥିତି କାରଣରୁ ଚୀନ ଏହି ସମୟରେ ବଡ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନର ଦୁଃସାହସ କରିପାରେ । ଜୁନ୍ ୨୧ର ସୂର୍ଯ୍ୟ ପରାଗ ପରେ ଏଭଳି ସ୍ଥିତି ଉତ୍ପନ ହୋଇପାରେ ବୋଲି କୁହାଯାଉଛି । ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ କାଳରେ ସମାନ ସ୍ଥିତିରେ ଗ୍ରହ –ନକ୍ଷତ୍ର ଥିଲେ । ସେ ସମୟରେ ମଙ୍ଗଳ-ଶନି ଦଶାରେ ଚୀନ ଭାରତ ଉପରେ ଛଳନା କରି ଆକ୍ରମଣ କରିଥିଲା ।

୧୯୬୨ ଭଳି ଗ୍ରହଙ୍କ ସଂଯୋଗ,ଜାଣନ୍ତୁ କ’ଣ ହେବ

ସ୍ୱାଧୀନ ଭାରତର ବୃଷ ଲଗ୍ନ ଜାତକରେ ଶନି ଦଶା ଭାରତ ପାଇଁ ଶୁଭଙ୍କର ନୁହେଁ ।  ୧୯୬୨ ମସିହା ଭଳି ଶନି ମକରରେ ଗୋଚର କରୁଛନ୍ତି । ଶନି ଓ ଗୁରୁ ଚନ୍ଦ୍ରମାଠାରୁ ସପ୍ତମ ସ୍ଥାନରେ ରହି ଯୁଦ୍ଧ ବେଳା ସୃଷ୍ଟି କରୁଛନ୍ତି ।  ଜୁନ୍ ୨୧ ତାରିଖରେ ପଡୁଥିବା ସୂର୍ଯ୍ୟ ପରାଗ ସ୍ୱାଧୀନ ଭାରତ ଜାତକରେ ଆକ୍ରାମକ ଭାବ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତକର ଲଗ୍ନଠାରୁ ଅଷ୍ଟମ ସ୍ଥାନକୁ ପୀଡିତ କରି ଯୁଦ୍ଧ ଓ ପ୍ରାକୃତିକ ବିପଦ କାରଣରୁ ଧନ ଜୀବନ ହାନିର କାରଣ ହୋଇପାରେ । ଗ୍ରହଙ୍କ ଏହି ସ୍ଥିତିର ପ୍ରଭାବ ତିନି ମାସ ପର୍ଯ୍ୟନ୍ତ ରହିବ ।

Leave a Reply