ବାପୁଙ୍କୁ ନେଇ ପତ୍ରିକାରେ ଥିବା ତ୍ରୁଟି ସୁଧାରିବ ଗଣଶିକ୍ଷା ବିଭାଗ, ମାସେ ମଧ୍ୟରେ ଆସିବ ସଂଶୋଧିତ ପତ୍ରିକା

1 min read

ଭୁବନେଶ୍ୱର: ବିଧାନସଭାରେ ପୁଣିଥରେ ଗାନ୍ଧି ଝଡ଼ । ଆଜି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।  ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆମ ବାପୁଜୀ : ଏକ ଝଲକ ପତ୍ରିକା ପ୍ରକାଶିତ ହୋଇଥିଲା । ଏଥିରେ ଗାନ୍ଧିଜୀଙ୍କ ମୃତ୍ୟୁକୁ ଆକସ୍ମିକ ଦର୍ଶାଯିବାକୁ ନେଇ ତମ୍ୱି ତୋଫାନ୍ ହୋଇଥିଲା । ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା । ତେବେ ଏହି ଭୁଲ୍ ତଥ୍ୟ ଉପରେ ସରକାର ଉତ୍ତର ଦେବାକୁ କଂଗ୍ରେସ ଅଡ଼ି ବସିଥିଲା ।ଆଜି ମହାତ୍ମା ଗାନ୍ଧିଙ୍କୁ ନେଇ ଭୁଲ୍ ତଥ୍ୟ ପ୍ରସଙ୍ଗରେ ବିଧାନସଭାରେ ଲିଖିତ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି ସରକାର ପିଲାମାନଙ୍କୁ କୌଣସି ଭୁଲ୍ ତଥ୍ୟ ଦେବା କିମ୍ବା ବିଭ୍ରାନ୍ତ କରିବା କିମ୍ବା ଘଟଣା ଚକ୍ରକୁ ପରିବର୍ତ୍ତନ  କରିବା ଉଦ୍ଦେଶ୍ୟ ନଥିଲା । ପୁସ୍ତିକାରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗୃହରେ କହିଛନ୍ତି ।

ସରକାର ଉକ୍ତ ପୁସ୍ତିକାକୁ ପ୍ରତ୍ୟାହାର କରିସାରିଛନ୍ତି । ଏହି ଘଟଣା ପାଇଁ ଜଣେ କର୍ମଚାରୀଙ୍କୁ ସେବାନିବୃତ୍ତ କରାଯାଇଛି । ଏଥିସହ ୨ ଜଣ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରତ୍ୟାହାର ହୋଇଥିବା ପତ୍ରିକାରେ ସଂଶୋଧନ କରାଯାଇ ପୁନଃ ମୁଦ୍ରିତ ପତ୍ରିକା ମାସକ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆମ ବାପୁଜୀ: ଏକ ଝଲକ ପତ୍ରିକାରେ ଭୁଲକୁ ନେଇ ଗତକାଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ । ')}

Leave a Reply