PMC ବ୍ୟାଙ୍କ ଦୁର୍ନୀତି ମାମଲା, ଜେରା ପାଇଁ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ EDର ସମନ

1 min read

ମୁମ୍ବାଇ: ମହାରାଷ୍ଟ୍ର ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଲାଗି ନୂଆ ଅଡ଼ୁଆ । ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସମନ ଜାରି କରିଛି । ଡିସେମ୍ବର ୨୯ ତାରିଖରେ ହାଜର ହେବାକୁ ବର୍ଷାଙ୍କୁ ଇଡି କହିଛି । ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ ଦୁର୍ନୀତି ମାମଲାରେ ଇଡି ସମନ ଜାରି କରିଛି । ଇଡି ପୂର୍ବରୁ ଡିସେମ୍ବର ୧୧ରେ ମଧ୍ୟ ବର୍ଷା ରାଉତଙ୍କୁ ହାଜର ହେବା ଲାଗି କହିଥିଲା ।

ED Summons Sanjay Rauts Wife In PMC Bank Scam Case

ଏହି ମାମଲାରେ ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମୟା, ସଞ୍ଜୟ ରାଉତଙ୍କୁ ପ୍ରଶ୍ନ କରିଛନ୍ତି । ପିଏମସି ବ୍ୟାଙ୍କ ସହ ସଞ୍ଜୟଙ୍କ ପରିବାରର କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ ବୋଲି ପଚାରିଛନ୍ତି । ଯଦି ହୋଇଛି ସେସବୁ ତଥ୍ୟ ଜନତାଙ୍କ ଆଗରେ ରଖନ୍ତୁ । ଏତିକି ନୁହେଁ ଏହା ପୂର୍ବରୁ ଦୁର୍ନୀତିକୁ ନେଇ ଆପଣ କିଛି ଜାଣିଥିଲେ କି ? ଏ ତଥ୍ୟ ମଧ୍ୟ ଜନତାଙ୍କୁ ଦିଅନ୍ତୁ ।

ED Summons Sanjay Rauts Wife In PMC Bank Scam Case

ପୁଣି ଥରେ ପିଏମସି ବ୍ୟାଙ୍କକୁ ଚାଲୁ କରିବା ଉପରେ ସୋମୟା ଜୋର୍ ଦେଇଛନ୍ତି । ସେ କହିଛନ୍ତି- ୧୦ ଲକ୍ଷ ଲୋକଙ୍କ ଟଙ୍କା ପିଏମସି ବ୍ୟାଙ୍କରେ ଫସି ରହିଛି । ବ୍ୟାଙ୍କକୁ ପୁଣି ସଚଳ କରାଯିବା ଉଚିତ୍, ଏଥିପାଇଁ ଆମେ ପ୍ରୟାସ କରିବା । ଏଥିସହ ବ୍ୟାଙ୍କର ଲାଭାର୍ଥୀଙ୍କ ଯାଞ୍ଚ ଆବଶ୍ୟକ ବୋଲି ସେ କହିଛନ୍ତି ।

ଇଡିର ସମନ ପରେ ସଞ୍ଜୟ ରାଉତ ଏକ ଟ୍ୱିଟ୍ କରି ଲେଖିଛନ୍ତି- ‘ଆସନ୍ତୁ ଦେଖିବା କାହାଠାରେ କେତେ ଦମ୍ ଅଠି, ଆମେ ଦୃଢ଼ ଭାବରେ ତଥ୍ୟ ରଖିବୁ । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପ୍ରବୀଣ ରାଉତଙ୍କୁ ଇଡି ଗିରଫ କରିଥିଲା । ପ୍ରବୀଣଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ ଦେଣନେଣ ହୋଇଥିଲା । ଏହାକୁ ନେଇ ଇଡି ତଥ୍ୟ ହାସଲ କରିବାକୁ ଚାହୁଁଛି । ମାମଲାରେ ଇଡି ବର୍ଷାଙ୍କୁ ତୃତୀୟ ଥର ଲାଗି ସମନ ଜାରି କରିଛି । ନିୟମ ଅନୁସାରେ, କୌଣସି ବ୍ୟକ୍ତି ଲଗାତାର ଭାବେ ତିନିଥର ସମନକୁ ଅଣଦେଖା କଲେ ଇଡି ଆଇନ୍ ଅବମାନନା ଓ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନେଇପାରିବ ।

Leave a Reply