PFI ଉପରେ EDର ଦେଶବ୍ୟାପୀ ରେଡ୍

ନୂଆଦିଲ୍ଲୀ: ଉଗ୍ରବାଦୀ ସଂସ୍ଥା, ପିଏଫଆଇ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର ପଡିଛି । ସାରା ଦେଶରେ ପିଏଫଆଇ ସଙ୍ଗଠନ ଥିବା ସ୍ଥାନରେ ଇଡି ରେଡ୍ କରିବା ଆରମ୍ଭ କରିଛି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଏହି ଦେଶବ୍ୟାପୀ ରେଡ୍ ହେଉଛି । କେରଳର ୬ଟି ସ୍ଥାନରେ ଏହି ରେଡ୍ ପଡିଛି । କୋଚି, ମାଲାପୁରମ୍ ଓ ଥିରୁବନନ୍ତପୁରମ୍ ସେଗୁଡ଼ିକ ମଧ୍ୟରୁ ଅନ୍ୟତମ ।

ସେହିଭଳି ତାମିଲନାଡୁର ୫ଟି ସ୍ଥାନ, ପଶ୍ଚିମବଙ୍ଗର ୨ଟି ସ୍ଥାନ, କର୍ଣ୍ଣାଟକର କିଛି ସ୍ଥାନ, ସାହିନବାଗ୍, ଉତ୍ତରପ୍ରଦେଶର ଲକ୍ଷୌ ଓ ବିହାରର ଦରଭଙ୍ଗା ଭଳି ସ୍ଥାନରେ ମଧ୍ୟ ଇଡି ପହଞ୍ଚିଛି । ସେହିଭଳି ମହାରାଷ୍ଟ୍ରର ଔରଙ୍ଗାବାଦ, ରାଜସ୍ଥାନର ଜୟପୁରରେ ଇଡି ଟିମ୍ ପହଞ୍ଚି ଜେରା ଓ ଯାଞ୍ଚ କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ପିଏଫଆଇ ଇଡିର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଛି ।

ସରକାରଙ୍କୁ ବିରୋଧ କରୁଥିବା ହେତୁ ତାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏଭଳି କରାଯାଉଥିବା ପିଏଫଆଇ କହିଛି । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ପୋଲିସ ଅଧିନରେ ପୂର୍ବରୁ ପିଏଫଆଇ ବିରୋଧରେ ଅନେକ ମାମଲା ରହିଛି । ଅଧିକାଂଶ ମାମଲା ସିଏଏ ବିକ୍ଷୋଭ ସମୟର ଅଟେ । ଏହି ସଂସ୍ଥା ଉପରେ ଅଭିଯୋଗ ଯେ ସଂସ୍ଥା ସିଏଏ ବିକ୍ଷୋଭ ସମୟରେ ଅର୍ଥ ଯୋଗାଇ ଦଙ୍ଗା ଉସକେଇବାରେ ସହାୟତା କରିଥିଲା । ନସରୁଦ୍ଦିନ ଏଲାମରମ୍ ଏହାର ଏବେ କାର ଅଧ୍ୟକ୍ଷ ହୋଇଥିବା ବେଳେ ଅନେକ ଥର ତାଙ୍କୁ ଏହି ପ୍ରସଙ୍ଗ ଜେରା ମଧ୍ୟ କରାଯାଇ ସାରିଛି ।

Leave a Reply