ଭାରତୀୟ ଅର୍ଥନୀତିରେ ଦ୍ରୁତ ପ୍ରଗତି, କେନ୍ଦ୍ର ସରକାରଙ୍କ ପ୍ରୟାସ ଫଳପ୍ରଦ: ସୀତାରମଣ

Sitharaman

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦ୍ରୁତ ପ୍ରଗତି ଘଟୁଛି । ଦେଶର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ କରିବାକୁ ସରକାରୀ ସ୍ତରରେ ହୋଇଥିବା ପ୍ରୟାସ ଫଳପ୍ରଦ ହେଉଛି । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅବସରରେ ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ସହ ଜିଏସ୍‌ଟି ସଂଗ୍ରହ ବଢିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ସଂକଟ ଯୋଗୁଁ ସାରା ବିଶ୍ୱରେ ଅର୍ଥନୀତି ପ୍ରଭାବିତ ହୋଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେବେ ଅନ୍‌ଲକ୍‌ ଆରମ୍ଭ ହେବା ପରେ ଧିରେ ଧିରେ ଏଥିରେ ସୁଧାର ଆସୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

Anurag- Sitaraman

ଆଗାମୀ ବର୍ଷ ସୁଦ୍ଧା ଦେଶର ଅର୍ଥନୀତି ଏକ ସମ୍ମାନଜନକ ସ୍ଥିତିକୁ ଫେରି ଆସିବାରେ ସକ୍ଷମ ହେବ ବୋଲି ସେ ଆଶା ପ୍ରକଟ କରାଯାଉଛି । ଅର୍ଥନୈତିକ ବୃଦ୍ଧି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉନ୍ନତି ପାଇଁ ସହାୟତା ଘୋଷଣା ହୋଇଛି । ମନରେଗା ଯୋଗୁଁ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି । ଲୋକଙ୍କ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସୁଛି । ତେଣୁ ଆଗାମୀ ବର୍ଷରେ ଏକ ଭଲ ଆଶା କରାଯାଇପାରେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ତେବେ ଏହା ପୂର୍ବରୁ ଅନୁରାଗ ଠାକୁର ମଧ୍ୟ ଅର୍ଥନୀତିରେ ସୁଧାର ଆସୁଥିବା ନେଇ କହିଥିଲେ । ଏକ ସାକ୍ଷାତକାରରେ ସେ ସୂଚନା ଦେଇଥିଲେ ଯେ, କେନ୍ଦ୍ର ସରକାର ସବୁବେଳେ ଲୋକଙ୍କ ସାଥିରେ ରହିଛନ୍ତି । ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଟି ଯେପରି ସବୁ ସରକାରୀ ବ୍ୟବସ୍ଥାର ଲାଭ ଉଠାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ସରକାର ଏଥିପ୍ରତି ତତ୍ପର ଅଛନ୍ତି । ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି କିଛି ଆଇଟମ୍ ଉପରେ ସରକାର ଖର୍ଚ୍ଚ କରିବାକୁ ଯାଉଛନ୍ତି ଯାହା ଛୋଟ ବ୍ୟବସାୟୀଙ୍କୁ ସିଧାସଳଖ ଲାଭ ଦେବ ।

Anurag- Sitaraman

ଅର୍ଥନୀତି ସୁଧାରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉଛି । ଆଲୋଚନା ସ୍ୱାଭାବିକ ଭାବରେ ହେବ କିନ୍ତୁ ଏହାର ପ୍ରତିଫଳନ ବହୁତ ବଡ଼ ରହିବ । ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ୮୦ କୋଟି ଲୋକଙ୍କୁ କରୋନା ସମୟରେ ୮ ମାସ ପାଇଁ ମାଗଣା ଶସ୍ୟ ଦିଆଯାଇଛି । ଏହାସହ ଗରିବ ଶ୍ରେଣୀର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୮ ହଜାର କୋଟି ଟଙ୍କା ପଠାଯାଇଛି । ଖାଲି ସେତିକି ନୁହେଁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି ।

Leave a Reply